Pratidin TV

Odisha's Digital News Platform

ବିଜେପିରୁ ବିଦା ହେଲେ  ଭୋଜପୁରୀ ଅଭିନେତା ପଓ୍ନନ ସିଂ..

1 min read

ବିଜେପିରୁ ବହିସ୍କୃତ ହେଲେ  ଭୋଜପୁରୀ ଅଭିନେତା ପଓ୍ନନ ସିଂ । ପଓ୍ନନ ଆଉ ବିଜେପିର ସଦସ୍ୟ ନାହାନ୍ତି ବୋଲି ଆଜି ବିଜେପି  ଘୋଷଣା କରିଛି । ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶଓ୍ବାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ବିହାରର କରକାଟରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଛନ୍ତି ପଓ୍ବନ । ଯାହାପରେ ଏପରି ନିଷ୍ପତି ନେଇଛି ବିଜେପି । ବିଜେପି ଆଜି ତାଙ୍କୁ ଦଳରୁ ବହିଷ୍ଖାର କରି ଏନେଇ ଏକ ଚିଠି ଜାରି କରିଛି । ଯେଉଁଥିରେ ଲେଖାଅଛି, ଲୋକସଭା ନିର୍ବାଚନରେ ପଓ୍ବନ ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ତାଙ୍କର ଏହି କାର୍ଯ୍ୟ ଦଳ ବିରୋଧୀ ଅଟେ । ଯାହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଦଳର ଅନୁଶାସନ ବିରୁଦ୍ଧ ଅଟେ । ତେଣୁ ବିଜେପି ପ୍ରଦେଶ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ପଓ୍ବନ ସିଂଙ୍କୁ ଦଳରୁ ବହିଷ୍କାର କରାଯାଉଛି । ପୂର୍ବରୁ ବିଜେପି ପକ୍ଷରୁ ତାଙ୍କୁ ପଶ୍ଚିମବଙ୍ଗ ଆସନ ସୋଲରୁ ଟିକେଟ୍ ଦିଆଯାଇଥିଲା ହେଲେ ସେ ଉକ୍ତ ସିଟରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଯାହା ପରେ ସେ ବିହାରର କାରକାଟ ଆସନରୁ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଥିଲେ । ଏନେଇ ଅଭିନେତାଙ୍କ କହିଥିଲେ ଯେ, ତାଙ୍କ ମା’ଙ୍କୁ ଦେଇଥିବା କଥା ରଖିବା ପାଇଁ ସେ ଉକ୍ତ ଆସନରୁ ନିର୍ବାଚନ ଲଢୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *