Pratidin TV

Odisha's Digital News Platform

ଅଧା ରାତିରେ ନାଇଟ୍ ଭିଜନ ଗଗଲ୍ସ ଲଗାଇ ଲ୍ୟାଣ୍ଡକଲା ଭାରତୀୟ ବାୟୁସେନା ..

1 min read

ଭାରତୀୟ ବାୟୁସେନାର ବଡ଼ ସଫଳତା । ପ୍ରଥମ ଥର  ରାତି ଅଧରେ ନାଇଟ୍‌‌ ଭିଜନ୍‌‌ ଗଗଲ୍ସ ଜରିଆରେ ଲ୍ୟାଣ୍ଡ କଲା ଭାରତୀୟ ବାୟୁସେନାର ସି-୧୩୦ଜେ ବିମାନ । ଅଧରାତିରେ  ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ।  ଯାହାର ଭିଡିଓକୁ ବାୟୁସେନା ପକ୍ଷରୁ ଜାରି କରାଯାଇଛି ।ଏକ ଆହ୍ୱାନପୂର୍ଣ୍ଣ ପରିବେଶରେ ଭାରତୀୟ ବାୟୁସେନା ମିଶନ ସଫଳ କରିଛି  । ଅଧରାତିରେ ଚାରିଆଡେ ଅନ୍ଧକାର ଘେରି ରହିଥିଲା  ।  ଏଭଳି ପରିସ୍ଥିତିରେ ଅନ୍ଧାର ରାତିରେ ଏଠାରେ ବିମାନ ଅବତରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା ହେଲେ ଏହାକୁ ଚାଲେଞ୍ଜ କରି ସଫଳ କରିଛି ସେନା ।

  ନାଇଟ୍‌‌ ଭିଜନ୍‌‌ ଗଗଲ୍ସ ଜରିଆରେ ଲ୍ୟାଣ୍ଡ କରିବାରେ ସଫଳ ହୋଇଛି । ଦେଶର ସାର୍ବଭୌମତ୍ୱର ରକ୍ଷା ପାଇଁ ଭାରତୀୟ ବାୟୁସେନା ସବୁବେଳେ ପ୍ରସ୍ତୁତ ରହିଛି। ସେଥିପାଇଁ ଭାରତୀୟ ସେନା ନିଜ ସାମର୍ଥ୍ୟକୁ ଅଧିକ ପ୍ରଭାବଶାଳୀ କରିବାରେ ଲାଗିଛି। ଏଥିପାଇଁ କେବଳ ଦିନରେ ନୁହେଁ ରାତିରେ ମଧ୍ୟ ଭାରତୀୟ ସୀମାରେ ସଜାଗ ରହିଛି ବାୟୁସେନା । ପ୍ରଥମ ଥର ପାଇଁ ବାୟୁସେନାର ସି-୧୩୦ଜେ ବିମାନକୁ ରାତିରେ ନାଇଟ୍‌‌ ଭିଜନ୍‌‌ ଗଗଲ୍ସ ଜରିଆରେ   ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ଏବେ ସଫଳ ହୋଇଛି । ତେବେ ଏହି ମିଶନ  ଆଉ ପାଦେ ଆଗକୁ ନେବା ସହିତ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ବାୟୁସେନାର  ଏହି ସଫଳତା ପରେ   ବିଭିନ୍ନ ଆଡୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *