Pratidin TV

Odisha's Digital News Platform

ଅଚ୍ୟୁତ ସାମନ୍ତଙ୍କ ନୂଆ ଷ୍ଟାଇଲ୍ , ସୋଶିଆଲ ମିଡିଆରେ ଭାଇରଲ ହେଲା ଫଟୋ..

1 min read

ପୁଣିଥରେ କନ୍ଧମାଳରେ ଦୁଇ ଆସନ ପାଇଁ ଚାଲିଛି ସାନି ମତଦାନ । ହେଲେ ଏପଟେ ଷ୍ଟାଇଲିସ ଲୁକରେ ନଜର ଆସିଲେ କନ୍ଧମାଳରୁ ସାଂସଦ ଭାବେ ନିର୍ବାଚନ ଲଢ଼ୁଥିବା ଅଚ୍ୟୁତ ସାମନ୍ତ। ସୋସିଆଲ ମିଡିଆରେ ନିଜର ନୂଆ ଲୁକ୍‍ ତଥା ନୂଆ ଷ୍ଟାଇଲ୍‍କୁ ସେୟାର କରିଛନ୍ତି । ଅଚ୍ୟୁତ ସାମନ୍ତ ନାଁ ହିଁ କାଫି କାରଣ ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷା ଜଗତରେ ବେଶ୍‍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଚ୍ୟୁତ ସାମନ୍ତ ।  କେବଳ ଓଡିଶା ନୁହେ ସାରାବିଶ୍ୱରେ ଅନେକ ଦେଶରୁ ସେ ପ୍ରଶଂସା ସାଉଁଟିଛନ୍ତି। ନିର୍ବାଚନ ମଧ୍ୟରେ ତାଙ୍କର ଲୁକ କୁ ନେଇ ଏବେ ସବୁଠି ଚର୍ଚ୍ଚା ।  ଚଳିତଥର ପୁଣିଥରେ କନ୍ଧମାଳରୁ ସାଂସଦ ଭାବେ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି।

ଯେଉଁଥିପାଇଁ ବିଗତ କିଛିଦିନ ହେଲା ଅଚ୍ୟୁତ ନିଜ ନିର୍ବାଚନ ମଣ୍ଡଳୀ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏବଂ ଏଥର ପୁଣିଥରେ ବିଜୟ ହେବେ ବୋଲି ଆଶା ରଖିଛନ୍ତି।  ତାଙ୍କରି ନିର୍ବାଚନ ମଣ୍ଡଳୀରେ ୨୦ ତାରିଖରେ ଭୋଟିଂ ହୋଇଥିଲା। ହେଲେ ପୁଣି ଆଜି ବି ସାନି ଭୋଟିଂ ଚାଲିଛି। ବୁଥ ଜବରଦଖଲ ଅଭିଯୋଗ ଆସିଥିବାରୁ ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏସବୁ ଭିତରେ ମଧ୍ୟ ତାଙ୍କର କୁଲ ଲୁକ ର ଫଟୋ ସାମ୍ନାକୁ ଆସିଛି । ଲାଗୁଛି ଯେମିତି ଯେମିତି ନିର୍ବାଚନ ଟେନ୍‍ସନ୍‍ ତାଙ୍କ ମୁଣ୍ଡ ଉପରୁ ଉଠିଯାଇଛି । ୬୦ ବର୍ଷରେ ଉପନୀତ ହୋଇଥିବା ଅଚ୍ୟୁତ ଏହି ଫଟୋରେ ଏକ ପୋନି ଟେଲ୍‍ ବା ଚୁଟି ପକାଇଛନ୍ତି। ଆଉ ତାଙ୍କ ଅଫିସିଆଲ୍‍ ‘ଏକ୍ସ’ ହ୍ୟାଣ୍ଡଲରେ ଏହି ଫଟୋ ସେୟାର କରି କହିଛନ୍ତି , ମୁଁ ମୋ ଚୁଟିକୁ ଆଜି ବାନ୍ଧି ଦେଇଛିା ମୁଁ କେବେ ମୋ ଚୁଟି କାଟେ ନାହିଁ। ଯେତେବେଳେ ଲମ୍ବା ହୋଇଯାଏ ତିରୁପତି ମନ୍ଦିରରେ  ମୁଣ୍ଡନ କରେ ବା ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଏ। ତାହା ପୁଣି ତିରୁପତିରେ। ଏହା ଭଗବାନଙ୍କ ଆଶୀର୍ବାଦ’ ବୋଲି ସେ କହିଛନ୍ତି।  ଅଚ୍ୟୁତ ସାମନ୍ତ ନିଜର ଏହି ନୂଆ ଲୁକ୍‍ କୁ ସାମାଜକ ଗଣମାଧ୍ୟମରେ ଅନେକ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *