Pratidin TV

Odisha's Digital News Platform

ରାଜନୈତିକ ରାଲି ସମୟରେ ଭୁସୁଡ଼ିଲା ମଞ୍ଚ, ଚାଲିଗଲା ୯ ଜଣଙ୍କ ଜୀବନ..

1 min read

ଏବେ ଚାଲିଛି ନିର୍ବାଚନୀ ଋତୁ । ଏବେ ସମସ୍ତ ଦଳ କରୁଛନ୍ତି ନିର୍ବାଚନୀ ପ୍ରଚାର । ଜନତା ଠୁ ନେତା ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଛାତି ଥରାଇଦେବା ଭଳି ଦୃଶ୍ୟ । ରାଲି କରିବା ସମୟରେ ଭୁଶୁଡି ପଡିଛି ମଞ୍ଚ ଯାହା ଫଳରେ   ୯ ଜଣଙ୍କର ଜୀବନ ଚାଲିଯାଇଛି  ।  ଏକ ରାଜନୈତିକ ଦଳ ସଭାରେ ଏକ ଦୁଃଖଦ ଘଟଣା ଘଟିଛି । ପ୍ରବଳ ପବନ ଓ ଝଡ ଯୋଗୁଁ ନିର୍ବାଚନ ସଭାର ଷ୍ଟେଜ୍ ଭୁଶୁଡି ପଡିଥିଲା ଯାହାଫଳରେ ସଭାରେ ଉପସ୍ଥିତ ଥିବା ଅନେକ ଲୋକ ଫସି ରହିଥିଲେ । ଏହି ମଞ୍ଚ ଭୁଶୁଡ଼ି ପଡ଼ିବା ଫଳରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ,ଜୁନ୍ ୨ରେ ମେକ୍ସିକୋରେ ଆରମ୍ଭ ହେବାକୁ ଯାଉଛି ଭୋଟିଂ । ଯେଉଁଥିପାଇଁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି । ଦେଶର ନୁଏଭୋ ଲିଓନ୍ ରାଜ୍ୟର ସେନ ପେଟ୍ରୋ ଗର୍ସିଆରେ ସିଟିଜେନ୍ ମୁଭ୍‌ମେଣ୍ଟ ଦଳର ନେତା ଜର୍ଜ ମେନେଜ ତାଙ୍କ ଭାଷଣ ଦେଉଥିଲେ । ଠିକ ଏତିକି ବେଳେ ହଠାତ୍ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ମଞ୍ଚ ଭୁଶୁଡିବା ପରେ ଲୋକେ ଭୟରେ ଏପଟସେପଟ ଦୌଡିବାକୁ ଲାଗିଥିଲେ । ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଠେଲାପେଲା ଓ ଦଳଚକଟାରେ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

Advertisement

Leave a Reply

Your email address will not be published. Required fields are marked *