Pratidin TV

Odisha's Digital News Platform

“ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା”ରେ ଯୋଡି ହେବେ ସରକାରୀ ଚାକିରିଆ..

1 min read

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ଵାଚନ  ଶେଷ ହୋଇଛି । ଆଉ ମାତ୍ର ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଯାହା ଉପରେ ରହିଛି   ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ ବୋଲି କୁହାଯାଏ । ସରକାର କିଏ ଗଢ଼ିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତେବେ ଏହା ମଧ୍ୟରେ ଏକ ଭିଡିଓ ଜାରି କରିଛନ୍ତି ଭିକେ ପାଣ୍ଡିଆନ ।  ସେହି ଭିଡିଓରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇ ଭି.କେ ପାଣ୍ଡିଆନ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ସରକାରୀ ଚାକିରିଆ। ସମସ୍ତଙ୍କୁ ମିଳିବ ସ୍ୱାସ୍ଥ୍ୟ ସୁବିଧା।

ସେ ଆହୁରି କହିଥିଲେ, ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ନିଆଯିବ। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ବିଏସ୍‌କେଓ୍ବାଇ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଟଙ୍କା ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢ଼ା ପାଇଁ ଶିକ୍ଷା ଋଣ ଉପରେ ବି ସୁଧ ରିହାତି ମିଳିବ ବୋଲି ସେ କହିଥିଲେ।

Advertisement

Leave a Reply

Your email address will not be published. Required fields are marked *