Pratidin TV

Odisha's Digital News Platform

ନିର୍ବାଚନ ପାଇଁ ଏହି ଦିନରୁ ଏହି ଦିନ ବନ୍ଦ ରହିବ ସମସ୍ତ ଦୋକାନ ବଜର ଏବଂ ଅଫିସ….ଘୋଷଣା କଲେ ସରକାର

1 min read

ଆସନ୍ତା ନିର୍ବାଚନ ପାଇଁ ରାଜଧାନୀରେ ଛୁଟି ଘୋଷଣା କଲେ ସରକାର | ସର୍ବାଧିକ ସଂଖ୍ୟାରେ ଲୋକେ ମତ ସାବ୍ୟସ୍ତ କରିବା ନେଇ ବନ୍ଦ ରହିବ ସମସ୍ତ ବଜାର ଓ ଛୁଟିରେ ରହିବେ କର୍ମଚାରୀ | ରାଜଧାନୀ ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ୬ଷ୍ଠ ପର୍ଯ୍ୟାୟରେ ମତଦାନ ଆସନ୍ତା ମେ ୨୫ ରେ ଅନୁଷ୍ଠିତ ହେବ | ଯେଉଁଥିପାଇଁ ନିର୍ବାଚନ ଆୟୋଗ ଏବଂ ଦିଲ୍ଲୀ ପ୍ରଶାସନ ଭୋଟ ପାଇଁ ପ୍ରସ୍ତୁତି କରିସାରିଛି |

ତେବେ ଏହି ଦିନ ଦିଲ୍ଲୀ ଏକ ସାଧାରଣ ଛୁଟି ଘୋଷଣା କରିଛନ୍ତି | ଯାହାଦ୍ୱାରା ସର୍ବାଧିକଭୋଟର ନିଜ ମତ ସାବ୍ୟସ୍ତ କରିପାରିବେ |ଏବଂ ଭୋଟ ହାର ବୃଦ୍ଧି କରିବେ | ବଜାର ବନ୍ଦ ରହିବାସହ କର୍ମଚାରୀ ରହିବେ ଛୁଟିରେ | ବ୍ୟବସାୟ ସଙ୍ଗଠନକୁ ଏହି ଦିନ ବନ୍ଦ ରଖିବା ପାଇଁ ଆହ୍ୱାନ କରାଯାଇଛି | ଶିଳ୍ପାଞ୍ଚଳ ମଧ୍ୟ ବନ୍ଦ ରହିବ | ଅନ୍ୟପଟେ ନିର୍ବାଚନ ଦୃଷ୍ଟିରେ ରଖି ଦିଲ୍ଲୀରେ ୨ ଦିନ ପାଇଁ ମଦ ଦୋକାନ ମଧ୍ୟ ବନ୍ଦ ରହିବ | ମେ ୨୩ ରୁ ମେ ୨୫ ପର୍ଯ୍ୟନ୍ତ ଗାଜିଆବାଦ ସୀମା ଠାରୁ ୧00 ମିଟର ଦୂରରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହିବ | ଏବଂ ମେ ୨୩ ରୁ ୨୪ ମେ ରେ ଯାନବାହାନ ପ୍ରବେଶକୁ ନେଇ ମଧ୍ୟ କଡାକଡ଼ି ଯାଞ୍ଚ କରାଯିବ |

Advertisement

Leave a Reply

Your email address will not be published. Required fields are marked *