Pratidin TV

Odisha's Digital News Platform

ଜଗତପୁରରେ ହାତୀ ଆତଙ୍କ : ଗୋଲେଇ ଛକରୁ ଆଇବି ରୋଡ ଯାଏ ଯାତାୟତ ନିଶେଦ୍ଧ କଲା ବନବିଭାଗ

1 min read

କଟକ : କଟକ ଜଗତପୁର ସ୍ଥାନୀୟ ଅଞ୍ଚଳରେ ଗତ ରାତିରୁ ଜଙ୍ଗଲିଆ ହାତୀପଲ ପଶି ଆସିଥିବା ବେଳେ ଲୋକମାନେ ଭୟଭିତ ହୋଇପଡିଛନ୍ତି ।ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଛନ୍ତି।

ରାତିସାରା ହାତୀପଲ ଉପଦ୍ରବ ଜାରି ରଖିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିଲେ। ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଛନ୍ତି ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଯାଇଛି । ଏପରିକି ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

Advertisement

ସେହିପରି ହାତୀପଲ ଜଗତପୁରରେ ପଶି ଅନେକ ଘରଦ୍ୱାର ଏବଂ ଗାଡିମଟରଗୁଡିକୁ ମଧ୍ୟ ଭାଙ୍ଗି ଦେଇଛି । ବନବିଭାଗ ଓ ପୁଲିସ ପହଞ୍ଚି ହାତିମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ କିଛି ହାତୀ ବାଟ ନ ପାଇ ଜଗତପୁର ରସ୍ତାରେ ଦେଖାଦେଇଛନ୍ତି । ଏନେଇ ବନବିଭାଗ ଗୋଲେଇଛକ ଠାରୁ ଆଇବି ରୋଡ ଯାଏ ଲୋକମାନଙ୍କ ଯାତାୟତକୁ ବାରଣ କରିଛି । ଯେପରିକି ଜଙ୍ଗଲିହାତୀ ରାସ୍ତାରେ କୌଣସି ଲୋକଙ୍କୁ କ୍ଷତି ନପହଞାଉ । ଅନ୍ୟପଟେ ହାତୀ ଆକ୍ରମଣ ଭୟ ରହିଥିବାରୁ ଘରୁ ନ ବାହାରିବାକୁ ପୁଲିସ୍ ମାଇକ ଯୋଗେ ପ୍ରଚାର କରିବା ସତ୍ତ୍ୱେ ବହୁ ଲୋକ ହାତୀ ଦେଖିବାକୁ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ତଥା ହାତୀ ଘଉଡ଼ାଇବା କାଠିକର ପାଠ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *