Pratidin TV

Odisha's Digital News Platform

ଜନ୍ମ ଦିବସରେ ପ୍ରଭୁ ନୃସିଂହ ନାଥଙ୍କ ଦର୍ଶନ ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ

ପିପିଲିରେ ପବିତ୍ର ନୃସିଂହ ନାଥଙ୍କ ଜନ୍ମ ଦିବସ ଗତ ବୁଧବାର ଦିନ ଧୁମ୍ ଧାମ ରେ ପାଳିତ ହୋଇଛି । ଏନେଇ ପିପିଲି ନୁଆଶାସନ ଗ୍ରାମ ଉତ୍ସବ ମୁଖର ହୋଇପଡିଥିବା ବେଳେ ପ୍ରଭୁ ଅଭୟ ଲକ୍ଷ୍ମୀ ନୃସିଂହ ମନ୍ଦିର ରେ ପ୍ରଭୁ ନୃସିଂହ ନାଥଙ୍କ ଜନ୍ମ ଉତ୍ସବ ପୂର୍ବ ରୀତିନୀତି ଅନୁସାରେ ପାଳନ ହୋଇଛି । ଏନେଇ ନୁଆଶାସନ ଗ୍ରାମ ର ସମସ୍ତ ଗ୍ରାମ ବାସୀ ଓ ପିପିଲି ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସମାଗମ ଏଠାରେ ଲାଗି ରହିଥିଲା ।

ଭଜନ କୀର୍ତ୍ତନ ସହ ଆଧ୍ୟାତ୍ମିକ ପରିବେଶରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା। ନିଜ ମନୋସ୍କାମନା ପୁରଣ ପାଇଁ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ପ୍ରଭୁ ନୃସିଂହ ନାଥ ଦର୍ଶନ କରିଥିଲେ । ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ମାନସିକ ରଖି ଏଠାକୁ କାହିଁ କେତେ ଦୂରରୁ ଭକ୍ତ ମାନେ ଧାଇଁ ଆସି ପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ପ୍ରଭୁ ନୃସିଂହ ନାଥ ଙ୍କ ବିଶେଷତା ହେଉଛି ଏଠାରେ ଯେ କୌଣସି ନାରୀର ସନ୍ତାନ ପ୍ରାପ୍ତି ହେଉନଥିଲେ ପ୍ରଭୁ ଙ୍କୁ ମାନସିକ ରଖି ପୂଜାର୍ଚ୍ଚନା କଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ପ୍ରଗାଢ ବିଶ୍ବାସ ରହିଛି। ତେଣୁ ଲୋକଙ୍କ ମନରେ ଅଗାଧ ବିଶ୍ୱାସ ସହ ମାନସିକ ରଖି ପୂଜାର୍ଚ୍ଚନା ପାଇଁ ଏହି ଉତ୍ସବ ରେ ସାମିଲ ହୁଅନ୍ତି । ପ୍ରଭୁ ନୃସିଂହ ନାଥଙ୍କ ମନ୍ଦିର ଖାଲି ପିପିଲି ନୁହେଁ ଏହି ଉତ୍ସବ ଦେଶ ବିଦେଶ ବିଭିନ୍ନ ମନ୍ଦିର ରେ ପ୍ରଖ୍ୟାତ ବୋଲି ଏହାର ପୂଜକ କହିଛନ୍ତି ।

Leave a Reply

Your email address will not be published. Required fields are marked *