Pratidin TV

Odisha's Digital News Platform

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା : ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ଆତ୍ମହତ୍ୟା ପଛରେ ୫ ଜଣଙ୍କ ନା

1 min read

ଭୁବନେଶ୍ୱର : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାଟି ଦିନକୁ ଦିନ ରହସ୍ୟମୟ ହୋଇ ପଡୁଛି । ଧୀରେ ଧୀରେ ତାଙ୍କ ମୃତ୍ୟୁର କାରଣ ଏବଂ ଏଥିପାଇଁ ଦାୟୀ କେଉଁମାନେ ସେନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି । ତେବେ ନିକଟରେ ଧର୍ମେନ୍ଦ୍ରଙ୍କ ଫୋନର ୨ ଟି ଭିଡିଓକୁ ନେଇ ରହସ୍ୟ ବଢିବାରେ ଲାଗୁଥିବା ବେଳେ , ୧ ମିନିଟ୍ ୨୭ ସେକେଣ୍ଡର ଭାଇରାଲ ହେଉଥିବା ଅଡିଓଟି ବର୍ତ୍ତମାନ ପୋଲିସ ସହ ରାଜ୍ୟ ବାସୀଙ୍କୁ ଦ୍ୱନ୍ଦରେ ପକାଇଦେଇଛି ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିମାପଡାରେ ଜଣେ ସାମ୍ବାଦିକଙ୍କ ସହିତ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍‌ଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିମାପଡାର ଜଣେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ଫୋନରେ କଥା ହୋଇଥିଲେ । ଯେଉଁଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ ୫ ଜଣ ଦାୟୀ । ଏହାପରେ ଅକ୍ଷୟ ଧମେନ୍ଦ୍ରଙ୍କୁ ବୁଝା ସୁଝା କରି ଫୋନଟିକୁ କାଟିଦେଇଥିଲେ । କିନ୍ତୁ ଧମେନ୍ଦ୍ର ଲାଗାତାର ଫୋନ କରିଚାଲିଥିଲେ । ଏହାପରେ ଅକ୍ଷୟ ଶେଷଥର ପାଇଁ ଧମେନ୍ଦ୍ରଙ୍କ ଫୋନ ଉଠାଇଥିଲେ ।

Advertisement

ଯେଇଁଥିରେ ଧମେନ୍ଦ୍ର ତାଙ୍କୁ କହିଥିଲେ ଯେ ‘ମୁଁ ଯାହା କହୁଛି ତୁମେ କେବଳ ଶୁଣ ଆଉ ରେକଡିଂ କର’ ।କିଛି କୁହ ନାହିଁ , ତୁମେ ଜଣେ ନିରପେକ୍ଷ ଓ ବିଶ୍ୱାସେଯାଗ୍ୟ ସାମ୍ବାଦିକ ତେଣୁ ଏସବୁ କଥା ମୁଁ ତୁମକୁ କହୁଛି । ‘ମୁଁ ଅନେକ ପ୍ରକାରର ମାନସିକ ଚାପରେ ଅଛି , ମୋ ପରିବାରରେ ରାଜନୈତିକ ଝଡ ଉଠିଛି ‘। ‘ମୋ ମୃତ୍ୟୁ ପାଇଂ ୫ ଜଣ ଦାୟୀ ସେମାନେ ହେଲେ , ମୋ ସ୍ତ୍ରୀ, ମନ୍ତ୍ରି ସମୀର ଦାସ,ରାଜୁ ନାୟକ ନାତୁଣୀ,ଟୁଲୁ ପାଣି ବୋହୂ , ଶ୍ୱଶୁର ଦୁଶାସନ ସ୍ୱାଇଁ ‘। ‘ମୋ ଶ୍ୱଶୁର ମୋ ନିଜ ଶ୍ୱଶୁର ନୁହଁନ୍ତି । ଏତିକି କହି ଧମେନ୍ଦ୍ର ବିଦାୟ ବନ୍ଧୁ ବୋଲି କହିଥିଲେ , ଯଦି କାଲି ବଞ୍ଚିଥାଏ ତେବେ ଆଗକୁ ନିଶ୍ଚୟ ଦେଖା ଦେବ’ ।

ତେବେ ଭିଡିଓଟି ଭାଇରାଲ ହେବାପରେ ବିଜେପି ନେତ୍ରୀ ପ୍ରଭାତି ପରିଡା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିବା ସହ ଧମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ସମୀର ହିଁ ଦାୟୀ ବୋଲି କହିଛନ୍ତି । ତାଙ୍କ ଉପରେ ଯଥାଶିଘ୍ର ତଦନ୍ତ କରାଯାଉ ବୋଲି ପ୍ରଭାତି ଏକ ପ୍ରେସମିଟ୍‌ରେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଭାଇରାଲ ହେଉଥିବା ଅଡିଓ କ୍ଲିପ୍ ସର୍ମ୍ପକରେ ଆଡିସନାଲ୍ ଡିସିପି ପ୍ରଭାସ ପାଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଲେ ଯେ ଇନକ୍ୱେଷ୍ଟ ଅଫିସର ତଦନ୍ତ କରୁଛନ୍ତି । ଯେଉଁ ଅଡିଓକ୍ଲିପ ଭାଇରାଲ ହେଉଛି ତାର ସତ୍ୟତା ଯାଞ୍ଚ କରାଯିବ ଆବଶ୍ୟକ ପଡିଲେ ସାମ୍ବାଦିକ ଅକ୍ଷୟଙ୍କଠାରୁ ଧମେନ୍ଦ୍ରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବା । ଅନ୍ୟପଟେ ଅକ୍ଷୟ ମଧ୍ୟ କହିଛନ୍ତି ଯେ ଦରକାର ପଡିଲେ ମୁ ପୋଲିସକୁ ସବୁ କଥା ନିଜ ମୁହଁରେ କହିବି ଏବଂ ଅଡିଓ କ୍ଲିପ୍ ମଧ୍ୟ ଦେଇପାରିବି । ମୋର ଏପରି କରିବା ଦ୍ୱାର ଯଦି ଜଣଙ୍କ ଆତ୍ମା ଶାନ୍ତି ପାଇ ପାରିବ ତେବେ ମୁଁ ନିହାତି କରିବି ।

ସେହିଭଳି ଦିନକୁ ଦିନ ଧମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ବଢିବାରେ ଲାଗିଛି । ଅଡିଓ କ୍ଲିପ୍ ରେ ଧମେନ୍ଦ୍ର ସ୍ଫଷ୍ଟ କହିଛନ୍ତି ଯେ , ସେହି ୫ ଜଣହିଁ ମିଶି ଧମେନ୍ଦ୍ରଙ୍କୁ ମାନସିକ ଚାପ ଦେଉଥିଲେ ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । ତେବେ ଏଠି କାହିଁକି ଚୁପ୍ ବସିଛି ପ୍ରଶାସନ ଏବଂ ପୋଲିସ ! ମନ୍ତ୍ରୀ ସମୀର ଦାଶଙ୍କ ସହ ପରିବାରର ଅନ୍ୟ ୪ ଜଣଙ୍କୁ କାହିଁକି ଜେରା କରୁନି?

Leave a Reply

Your email address will not be published. Required fields are marked *