Pratidin TV

Odisha's Digital News Platform

ହସ୍‌ପିଟାଲରେ ଆଡ୍‌ମିଟ୍ ହେଲେ ବଲିଉଡ୍ କୁଇନ୍ ‘ଦୀପିକା ପାଦୁକୋନ ’

1 min read

ନୂଆଦିଲ୍ଲୀ : ବଲିଉଡ୍‌ର ବେଶ୍ ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ ଏବେ ଅସୁସ୍ଥ ଅଛନ୍ତି । ମଙ୍ଗଳବାର ରାତିରେ ସେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର କ୍ୟାଣ୍ଡୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଇ-ଟାଇମସ୍ ର ଏକ ରିପୋର୍ଟ ଅନୁଯାୟୀ ଗତକାଲି ରାତିରେ ଦୀପିକା ଅଶାନ୍ତି ଅନୁଭବ କରିଥିଲେ ବା ଅଣନିଶ୍ୱାସୀ ହୋଇପଡିଥିଲେ । ଏହି କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଅନେକ ଗୁଡିଏ ଟେଷ୍ଟ ପରେ ତାଙ୍କୁ କିଛି ଇଞ୍ଜେକ୍‌ସନ ଦିଆଯାଇ ଆଜି ସକାଳୁ ଡିସର୍ଚାଜ କରିଦିଆଯାଇଛି । ଫଳରେ ଦୀପିକା ପୁଣି ତାଙ୍କ ମୁମ୍ବାଇ ସ୍ଥିତ ଘରକୁ ସୁସ୍ଥ ହୋଇ ଫେରିଆସିଛନ୍ତି ।

candy hospital mumbai

ସେହିଭଳି ଗତ ଜୁନ ମାସରେ ଦୀପିକା ହାଇଦ୍ରାବାଦରେ ଫିଲ୍ମ କେ’ର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ହଠାତ୍ ତାଙ୍କ ହୃଦସ୍ପନ୍ଦନ ବଢ଼ିଯିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟକୁ ଫେରିଥିଲେ।
ତେବେ ଆଗକୁ ଜାନୁଆରୀ ୨୫ ରେ ଦୀପିକାଙ୍କ ପରବର୍ତ୍ତୀ ଫିଲ୍ମ ପଠାନ୍ ରିଲିଜ୍ ହେବ । ଏଥିରେ ଦୀପିକାଙ୍କ ଏବଂ ସାହରୁଖଙ୍କ ହିଟ୍ ଯୋଡିକୁ ପୁଣି ଦେଖିବାକୁ ପାଇବେ ଦର୍ଶକ ।

Advertisement

Leave a Reply

Your email address will not be published. Required fields are marked *