Pratidin TV

Odisha's Digital News Platform

ବଡ ଚଣାରେ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରଚାର , କହିଲେ ରାଜନୀତି ହେଉଛି ମୋ ପାଇଁ ସେବା ..

1 min read

ନିର୍ବାଚନ ପାଇଁ ଜମୁଛି ପ୍ରଚାର। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ। ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ବଡ଼ଚଣା ନିର୍ବାଚନମଣ୍ଡଳିରେ ଏକ ସଭା କରିଥିଲେ । ସେହି ସଭା ରେ ଜନସଭାକୁ ସମ୍ବୋଧିତ ମଞ୍ଚ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି ବର୍ଷା ପ୍ରିୟଦର୍ଶନୀ । ସେ କହିଛନ୍ତି ରାଜନୀତିରେ ମୁଁ ନୁଆ ଯଦି ଆପଣଙ୍କ ଭଲପାଇବା ଏବଂ ଆଶ୍ରିବାଦ ରହିବ ତାହେଲେ ମୁଁ ଆପଣଙ୍କ ସେବା କରିବି ।

ଆପଣଙ୍କ ସବୁବେଳେ ସୁଖଦୁଃଖରେ ଠିଆହେବି । ମୋ ପାଇଁ ରାଜନୀତି ସେବା । ମୁଁ ସବୁବେଳେ ଆପଣଙ୍କ ସେବା କରିବି । ଏହାସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ସେ କହିଛନ୍ତି ନବୀନ ପଟନାୟକ ହେଉଛନ୍ତି ଅପ୍ରତିଦ୍ବନ୍ଦି , ଅଦ୍ଵିତୀୟ ସେ ମୋତେ ଆପଣଙ୍କ ସେବା କରିବାକୁ ପଠେଇଛନ୍ତି । ତାଙ୍କୁ ଜୁନ ୧ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ତାଙ୍କର ଭାଷଣ ଶୁଣି କରତାଳିରେ ଫାଟି ପଡିଥିଲା ପୁରା ପରିବେଶ ।

Advertisement

Leave a Reply

Your email address will not be published. Required fields are marked *