Pratidin TV

Odisha's Digital News Platform

ଧମେନ୍ଦ୍ରଙ୍କ ମୃତ୍ୟୁ ମାମଲା : ଅଡିଓ କ୍ଲିପ୍ ଭାଇରାଲ ପରେ ,ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ

1 min read

ଭୁବନେଶ୍ୱର : ପୁରି ଜିଲ୍ଲା ୧୧ନଂ ଜିଲ୍ଲା ପରିଷଦ ଜୋନର ସଭ୍ୟ ଧମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଗତକାଲି ଧମେନ୍ଦ୍ରଙ୍କର ମୃତ୍ୟୁ ପୂର୍ବର ଏକ ଅଡିଓ କ୍ଲିପ୍ ଭାଇରାଲ ହେବାପରେ ସେଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଙ୍କ ସପୃକ୍ତିକୁ ନେଇ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ ।

ଧମେନ୍ଦ୍ର ମୃତ୍ୟୁ ପୂର୍ବରୁ ଜଣେ ସାମ୍ବାଦିକଙ୍କୁ ଫୋନ କରି ସବୁ ଅଡିଓକୁ ରେକଡିଂ କରିବାକୁ କହିଥିଲେ । ଯେଉଁଥିରେ ସେ ସିଧା ସିଧା କହିଛନ୍ତି ଯେ ଯଦି ମୋର କିଛି ହୋଇଯାଏ ସେଥିପ୍ରତି ମନ୍ତ୍ରୀ ସମୀର ରଞ୍ଜନ ଦାଶ , ମୋ ସ୍ତ୍ରୀ , ରାଜୁ ନାୟକ ନାତୁଣୀ,ଟୁଲୁ ପାଣି ବୋହୁ ଏବଂ ମୋ ଶଶୁର ଦାୟୀ । ତେବେ ସେହି ଅଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାସହ ବିଜେପି ନେତ୍ରୀ ପ୍ରଭାତୀ ପରିଡା ମଧ୍ୟ ସମ୍ୟ ସମୀରଙ୍କ ଇସ୍ତଫା ଦାବି କରିଥିଲେ । ଏହାପରେ ଆଜି ଛାତଥ କଂଗ୍ରେସର ହଜାର ହଜାର ଲୋକ ମିଶି ମନ୍ତ୍ରୀ ସମୀରଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସନ୍ତାଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛନ୍ତି ।

Advertisement

ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭକୁ ରୋକିବା ସହ ଅନେକ ଛାତ୍ର କଂଗ୍ରେସଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *