Pratidin TV

Odisha's Digital News Platform

ଆଜି ଓଡିଶାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ , ୩ଟି ଜନସଭାରେ ଯୋଗଦେଇ କରିବେ ହାଇଭୋଲଟେଜ୍ ପ୍ରଚାର ।

1 min read

ଆରମ୍ଭରୁ ବିଜେପି ଫୋକସରେ ଓଡ଼ିଶା ରହି ଆସିଛି । ଓଡିଶାରେ ବିଜେପିର ପ୍ରାଧାନ୍ୟ ବଢାଇବା ପାଇଁ ଘନ ଘନ ଓଡ଼ିଶା ଆସୁଛନ୍ତି ହେଭିୱେଟ ବିଜେପି ନେତା। କରୁଛନ୍ତି ତୁହାକୁ ତୁହା ନିର୍ବାଚନୀ ପ୍ରଚାର । ଏହି ପରିପ୍ରେକ୍ଷିରେ ଆଜି ଓଡ଼ିଶାଗସ୍ତରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ ।

ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି । ଏହାପରେ ଆସିବେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି। ତା’ପରେ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ ।

Advertisement

ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ ସ୍ମୃତି ଇରାନୀ । ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ । ଏହାର ପ୍ରଚାର ପ୍ରସାର ପାଇଁ ସ୍ମୃତି ଆଜି ସେ ଓଡ଼ିଶା ଆସୁଛନ୍ତି ।

Leave a Reply

Your email address will not be published. Required fields are marked *