Pratidin TV

Odisha's Digital News Platform

ଫଳ ବେପାରୀଙ୍କ କଳାକାରନାମା

1 min read

କଟକ : ଆପଣଙ୍କ ଅଜଣତାରେ ଆପଣଙ୍କୁ ଠକିଦେଉଛନ୍ତି ଫଳ ଦୋକାନୀ । କିଣିଲା ବେଳେ ବାଛିଥିବେ ଭଲ ଫଳ କିନ୍ତୁ ଘରେ ପହଞ୍ଚିଲାବେଳକୁ ବ୍ୟଗରେ ଥିବ ଦରସଢା ଫଳ । ହଁ ଆଞ୍ଜା ଆପଣବି ହେଉଥିବେ ଏଭଳି ଠକାମୀର ଶିକାର ।
କଟକ ସହରକୁ ପ୍ରତ୍ୟକ ଦିନ ହଜାର ହଜାର ଲୋକ ମେଡିକାଲ କେସ୍‌ରେ ହେଉ କିମ୍ବା ଅନ୍ୟ କୌଣସି କାମରେ ଆସିଥାନ୍ତି । ବାଦମବାଡିର ସ୍ଥାନେ ସ୍ଥାନେ ଠିଆ ହୋଇଥିବା ଫଳ ବେପାରୀଙ୍କ ଠାରୁ କେହି ରୋଗୀ ପାଇଁ କିମ୍ବା ନିଜ ପରିବାର ଲୋକେ ଫଳ କିଣିଥାନ୍ତି । ଠିକ୍ ଏହି ସମୟରେ ସାଧାରଣ ଲୋକମାନଙ୍କର ଫାଇଦା ଉଠାଇଥାନ୍ତି ଏହି ଉଠା ଫଳ ଦୋକାନୀ ମାନେ । ଆପଣ ବାଛିଥିବା ଝୁଡିର ଭଲ ଫଳକୁ ରଖିଦେଇ , ଆପଣମାନଙ୍କୁ ଖରାପ ସଢା ଫଳ ପୁରେଇଦେଇଥାନ୍ତି ଅତି ଚତୁରାତର ସହିତ ।

ଆଜି ଏଭଳି ଏକ ଘଟଣା ଘଟୁଥିବାର ନିଜ ଆଖିରେ ଦେଖିଥିଲେ କଟକ ସହରରେ ଥିବା ଆମର ଜଣେ ରିପୋର୍ଟର ଭାଇ (ସିଦ୍ଦେଶ୍ୱର ରାଉଳ) । ସେ ପ୍ରଥମେ ଠକାମିର ଦୃଶ୍ୟକୁ ନିଜ ମୋବାଇଲ ଫୋନରେ କଏଦ୍ କରିଥିଲେ ଏବଂ ତାପରେ ଫଳ ଦୋକନୀ ନିକଟକୁ ଯାଇ ତାକୁ ଉଚିତ୍ ଶିକ୍ଷା ଦେଇଥିଲେ । ଦେଖନ୍ତୁ କିଭଳି ଠକାମିର ଶିକାର ହେଉଛନ୍ତି ନିରିହ ଲୋକେ ……

Advertisement

Leave a Reply

Your email address will not be published. Required fields are marked *