Pratidin TV

Odisha's Digital News Platform

ପୁଣି ଓଡିଶା ଆସୁଛନ୍ତି ଶାହ-ବିଶ୍ବଶାର୍ମା ..

ଏଥର ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଓଡିଶାରେ ଭୋଟ ହାତେଇବାକୁ ବିଜେପି କରୁଛି ବଡ଼ ପ୍ଲାନ। ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଉଛି ଭାରତ । ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରର ନେତା ମନ୍ତ୍ରୀ ମାନେ । ଏହାରିଭିତରେ ପୁଣି ଥରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ହେବିୱେଟ । ୨୭ରେ ଆସାମ ମୁଖ୍ୟମନ୍ତ୍ରୀ ଓଡିଶା ଆସୁଛନ୍ତି । ୨ ଦିନରେ ୮ଟି ସ୍ଥାନରେ ପ୍ରଚାର କରିବେ ହିମନ୍ତ ବିଶ୍ୱଶର୍ମା ।

୨୭ରେ ଭଦ୍ରକ ଯାଜପୁର କେନ୍ଦ୍ରାପଡା କାକଟପୁର ଓ ୨୮ରେ ରାଇରଙ୍ଗପୁର, ମୋରଡା, ସୋର ଓ ଜଗତସିଂହପୁରରେ ପ୍ରଚାର କରିବେ ହିମନ୍ତ । ସେହିପରି ୨୮ରେ ପୁଣିଥରେ ଓଡିଶା ଆସିବେ ଅମିତ ଶାହା । ୩ଟି ଜନସଭାକୁ ସମ୍ବୋଧନ କରିବେ ଶାହା । ଚାନ୍ଦବାଲି, କୋରୋଇ ଓ ନିମାପଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ଅମିତ ଶାହା । ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସି ବାରିପଦା ଛଉ ପଡିଆରେ ଦିନ ୧୨ଟାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *