Pratidin TV

Odisha's Digital News Platform

ବାତ୍ୟା ‘ରେମାଲ’ର ଭୀଷଣ ରୂପ , ବର୍ଷିଲା, ଭାଙ୍ଗିଲା, ଓପାଡ଼ିଲା, ଉଡ଼ାଇଲା, ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି

1 min read

ପ୍ରବଳ ବର୍ଷରେ ଉପୁଡିଲା ଗଛ ବାତ୍ୟା ରିମଳ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି | ବିଭିନ୍ନସ୍ଥାନରେ ବଡ ବଡ଼ ଗଛ ଉପୁଡିପଡିଥିବାଦେଖିବାକୁ ମିଳିଛି | ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି | ରାସ୍ତାରେ ପଡିଥିବା ବଡ଼ବଡ଼ ଗଛକୁ କାଟି ସଫା କରାଯାଉଛି | ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷ ଲାଗି ରହିଛି |

ଲ୍ୟାଣ୍ଡଫଲ ପରେ ସିଭିୟର ସାଇକ୍ଲୋନ ଷ୍ଟର୍ମ ରମାଳ ଘଣ୍ଟା ପ୍ରତି ୧୩ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି | ଖୁବଶୀଘ୍ର ଏହା ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି | ଗତକାଲି ରାତି ୧0ଟାରେ ଭୀଷଣ ବାତ୍ୟା ରୂପ ଆରମ୍ଭ ହୋଇଯାଇଥିଲା | ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପକ୍ରିୟା | ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧0ରୁ ୧୨0 କିମି ଥିଲା | କିଛି ସମୟ ମଧ୍ୟରେ ପବନର ବେଗ ୧୩୫ କିମିକୁ ପହଞ୍ଚିଥିଲା |

Advertisement

ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଆଇଲ୍ୟାଣ୍ଡ ଏବଂ ଖେପୁପାରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିପରି ବାଂଲାଦେଶରେ ତଳିଆ ଅଞ୍ଚଳରୁ ୮ ଲକୟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି |

Leave a Reply

Your email address will not be published. Required fields are marked *