Pratidin TV

Odisha's Digital News Platform

ହିଜାବ୍‌କୁ ବିରୋଧ କରି ,ଲାଇଭ୍ ଶୋରେ ନିଜ ଚୁଟି କାଟିଲେ ସିଙ୍ଗର

1 min read

ନୂଆଦିଲ୍ଲୀ : ବର୍ତ୍ତମାନ ଇରାନରେ ହିଜାବକୁ ନେଇ ବିରୋଧୀ ନିଆଁ ଜୋର ଧରିଛି । ତେବେ ଏହିଁ ନିଆଁଟି ବର୍ତ୍ତମାନ ଆନ୍ଦୋଳନରେ ପରିବର୍ତ୍ତନ ହୋଇଯାଇଛି । ଯାହା ଇରାନ୍‌ରୁ ଆରମ୍ଭ କରି ତୁର୍କିରେ ମଧ୍ୟ ଦେଖାଦେଇଛି । ତୁର୍କିର ଲୋକପ୍ରିୟ ଗାୟିକା ମେଲେକ ମୋସୋ ହିଜାବକୁ ବିରୋଧ କରି , ଏକ ଲାଇଭ୍ ଶୋରେ ମଞ୍ଚ ଉପରେ କଇଁଜି ଧରି ନିଜ ଚୁଟିକୁ କାଟିଦେଇଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ହିଜାବକୁ ବିରୋଧ କରି ମୁସଲିମ୍ ମହିଳା ମାନଙ୍କ ସପକ୍ଷରେ ନିଜର ସ୍ୱର ଉତ୍ତଳନ କରିଛନ୍ତି । ଏବଂ ହିଜାବ ବିରୁଦ୍ଧରେ ହେଉଥିବା ଆନ୍ଦୋଳନକୁ ମଧ୍ୟ ସମର୍ଥନ ଜଣାଇଛନ୍ତି ।

melak messo

ସୂଚନା ଅନୁଯାୟୀ ଜଣେ ୨୨ ବର୍ଷୀୟ ମହସା ଅମିନିଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ଏହି ହିଜାବ ବିରୋଧୀ ଆନ୍ଦୋଳନ। ସେପ୍ଟେମ୍ବର ୧୩ ତାରିଖରେ ମହସା ନିଜ ପରିବାର ସହ ବୁଲିବା ପାଇଁ ବାହାରିଥିଲେ। ଏହି ସମୟରେ ସେ ହିଜାବକୁ ସଠିକ୍ ରୂପେ ପିନ୍ଧି ନଥିଲେ। ଏହାକୁ ନେଇ ତାଙ୍କୁ ଇରାନ ପୁଲିସ ଗିରଫ କରିନେଇଥିଲା। ପୁଲିସ ହେପାଜତରେ ମହସାଙ୍କୁ ନିର୍ମମ ମାଡ ମଧ୍ୟ ମରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ତାଙ୍କୁ ପୁଲିସ ତୁରନ୍ତି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ସେ କୋମାକୁ ଚାଲିଯାଇଥିଲେ। ୩ ଦିନ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisement

ମହସାଙ୍କ ମୃତ୍ୟୁ ଏହି ହିଜାବ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଆନ୍ଦୋଳନ ଏବେ ବିଭିନ୍ନ ଦେଶକୁ ବ୍ୟାପିଛି। ମୁସଲିମ ମହିଳାମାନେ ନିଜ କେଶ କାଟି, ହିଜାବରେ ନିଆଁ ଲଗାଇ ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସେପଟେ ଇରାନରେ ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ ପୁଲିସର ଦମନଲୀଳାର ଦେଖିବାକୁ ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *