ଗୁରୁତର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଯୋଗୁଁ ଜାମିନ ଅବଧି ବଢାଇବାକୁ ସୁପ୍ରିକୋର୍ଟରେ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
1 min readଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲ୍ ଯାଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ନିର୍ବାଚନ ପାଇଁ ମିଳିଥିଲା ଅନ୍ତରୀଣ ଜାମିନ |
ତେବେ କେଜ୍ରିୱାଲ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି କେଜ୍ରିୱାଲ ୭ କିଲୋଗ୍ରାମ ଓଜନ ହ୍ରାସ ହେବା ଏବଂ କେଟୋନ୍ ସ୍ତର ବୃଦ୍ଧି ପରେ ପିିଇଟି-ସିଟି ସ୍କାନ୍ ସମେତ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି ଏହି ଆବେଦନ କରିଛନ୍ତି।
ସର୍ତ୍ତ ଅନୁସାରେ ପ୍ରଚାର ସରିବାର ଗୋଟିଏ ଦିନ ପରେ ଅର୍ଥାତ ଜୁନ ୩ରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାେ କେଜ୍ରିୱାଲ। କିନ୍ତୁ ସେ ବର୍ତ୍ତମାନ ଜାମିନ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।