Pratidin TV

Odisha's Digital News Platform

ବିଜେପି କରିବ ଏହି ୯ ମହାବିନାଶ, ଏବେଠାରୁ କାନ୍ଦୁଛନ୍ତି ମା ମାନେ, ସତର୍କ କଲେ କାର୍ତ୍ତିକ ପାଣ୍ଡିଆନ

1 min read

ଓଡିଶା ବିଜେପିର ୯ଟି ଗୋଲ ଉପରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ କହିଛନ୍ତି, “ବିଜେପି ଓଡିଶା ୯ଟି ସେଲ୍ଫ ଲକ୍ଷ୍ୟ ହାସଲ କରିଛି। ଏଥିରେ ଭଗବାନ ମହାପ୍ରଭୂ ଜଗନ୍ନାଥ ଏବଂ ଶ୍ରୀ ମାଣ୍ଡିରଙ୍କୁ ରାଜନୈତିକ ଆଲୋଚନାରେ ଟାଣି ନିଆଯାଉଛି। ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିରୋଧରେ ବିଜେପିର ନେତାମାନେ ଯେଉଁଭଳି ଭାବରେ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡିଶାର ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ। “

ଅମିତ ଶାହ ଏବଂ ବିଭିନ୍ନ ନେତାଙ୍କ ଓଡିଶା ଗସ୍ତରେ ସେ କୁହନ୍ତି, “ଆମେ ସବୁବେଳେ ବାହାରୁ ଆସୁଥିବା ସମସ୍ତ ନେତାଙ୍କୁ ସ୍ୱାଗତ କରୁଛୁ। ଯେତେବେଳେ ସେମାନେ ସୀମା ଅତିକ୍ରମ କରନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରନ୍ତି, ସେତେବେଳେ ଓଡିଶାର ଲୋକମାନେ ବିଜେଡିକୁ ସାହାଯ୍ୟ କରିବାକୁ ଏହାକୁ ହୃଦୟକୁ ନେଇଥାନ୍ତି। ” ଏହା ପ୍ରଥମ ସେଲ୍ଫ ଗୋଲ

ତେବେ ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷା ନୁହେଁ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନ ଶକ୍ତି ବନ୍ଦ କରିବେ। ଏହା ୨ୟ ସେଲ୍ଫ ଗୋଲ | ୩ୟରେ BSKY ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ନେଇ ମଧ୍ୟ ବିଜେପି ଇସ୍ତାହାର ଘୋଷଣା କରିଛି। ଏଥିରେ ପାଣ୍ଡିଆନ ଆହୁରି କହିଥିଲେ ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ BSKY ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି। ଆଗକୁ BSKY ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ପାଣ୍ଡିଆନ ୪ର୍ଥ ସେଲ୍ଫ ଗୋଲ କହିଥିଲେ, ଯୁବ କ୍ଷେତ୍ରକୁ ଗୁରୁତ୍ଵ ଦେଇ ନବୀନ ସରକାର 5T ସ୍କୁଲ, 5T କଲେଜ, ଯୁବ ବଜେଟ ବ୍ୟବସ୍ଥା କରିଛନ୍ତି। ୯୮ ପ୍ରତିଶତ ପିଲାଙ୍କ ପାଇଁ ନୂଆ ଓ ଛାତ୍ର ବୃତ୍ତି ଯୋଜନା ଆରମ୍ଭ ହୋଇଛି। ଯୁବକଙ୍କ ପାଇଁ ବିଜେପି ଇସ୍ତାହାରରେ କିଛି ନାହିଁ।
୫ମ ସେଲ୍ଫ ଗୋଲରେ କହିଥିଲେ, ଆଦିବାସୀଙ୍କ ପରିଚୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ SDC ଗଠନ କରିଛନ୍ତି। ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅଧିକ ଆଦିବାସୀ ଥାଇ ବି SDC ଗଠନ କରାଯାଇ ନାହିଁ। ବିଜେପି ସରକାରକୁ ଆସିଲେ SDCକୁ ବନ୍ଦ କରିଦେବ ବୋଲି ପାଣ୍ଡିଆନ କହିଥିଲେ |

ପାଣ୍ଡିଆନ ଆହୁରି ୬ଷ୍ଠ ସେଲ୍ଫ ଗୋଲରେ କହିଥିଲେ, ବିଜେଡିର ମାଗଣା ବିଦ୍ୟୁତ୍ ଘୋଷଣା ପରେ ବିଜେପିକୁ କରେଣ୍ଟ ଲାଗିଛି । ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇବା କଥା କହୁଛି। ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇବା କଥା କହି ବାରମ୍ବାର ଦର ବଢ଼ାଇ ଚାଲିଛି। ରନ୍ଧନ ଗ୍ୟାସ ପରି ବିଜେପିର ସୋଲାର ବିଦ୍ୟୁତ୍ ଘୋଷଣା ଏକ ବଡ଼ ଜୁମଲା ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ପାଣ୍ଡିଆନ ଆହୁରି କହିଥିଲେ ଚାଷୀଙ୍କ ପାଇଁ ୩୧ ଶହ ଟଙ୍କା MSP ଦେବ ବିଜେପି | ଆଗରୁ ଚାଷୀଙ୍କ ହିତ ପାଇଁ ବିଜେପି ଭାବି ପାରୁନଥିଲା | ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡିଲା |

ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଭାଉଚର ମହିଳାଙ୍କୁ ଦେବାକୁ ବିଜେପିର ଘୋଷଣା ମଧ୍ୟ ଏକ ପ୍ରଶ୍ନବାଚୀ । ଯଦି ୫୦ ହଜାର ଟଙ୍କା ଦିଆଯାଏ, ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏତେ ପରିମାଣର ଅର୍ଥ ଆସିବ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ | ୫ ଲକ୍ଷ ଆକାଉଣ୍ଟକୁ ଟଙ୍କା ଦେବା ପାଇଁ ଘୋଷଣା କରିବା ବିଜେପି ଏହା ମଧ୍ୟ ପ୍ରଶ୍ନବାଚୀ |

Leave a Reply

Your email address will not be published. Required fields are marked *