Pratidin TV

Odisha's Digital News Platform

କେଜ୍ରିୱାଲଙ୍କ ପିଏ ବୈଭବ କୁମାର ହେଲେ ନିରାଶ, ମିଳିଲାନି ଆଶ୍ଵସ୍ତି….ଖାରଜ ହେଲା ଜାମିନ

1 min read

ସ୍ଵାତି ମାଲିୱାଲଙ୍କ ସହ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବୈଭବ କୁମାରଙ୍କୁ ମିଳିଲାନି ଜାମିନ | ତିସ ହଜାରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ | କିନ୍ତୁ ଅତିରିକ୍ତ ସେସନ ଜଜ ସୁଶୀଲ ଅନୁଜ ଅନୁଜ ତ୍ୟାଗୀ ତାଙ୍କ ଜାମିନ ଖାରଜ କରିଛନ୍ତି | ଏବେ କହୁଛନ୍ତି ଯେ ସେ ଏହି ନିଶ[ପାଟି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ |

ତେବେ ସୂଚନା ଅନୁସାରେ ମେ ୧୩ରେ କେଜ୍ରିୱାଲଙ୍କ ବାସଭବନରେ ମାଲିୱାଲଙ୍କୁ ବୈଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା | ଏହାର ଠିକ ୫ ଦିନ ପରେ ବୈଭବନକୁ ଗିରଫ କରାଯାଇଥିଲା | ଯାହା ଆସନ୍ତାକାଲି ଶଷେଶ ହେବ | ଏହାପୂର୍ବରୁ ଜାମିନ ପାଇଁ ବୈଭବ କରିଥିଲେ ଆବେଦନ | ତେବେ ଶୁଣାଣି ସମୟରେ ସ୍ୱାତୀ ମଧ୍ୟେ କୋର୍ଟରେ ଉପସ୍ଥିତ ଥିଲେ | ଏବଂ ସେଠାରେ ସ୍ୱାତୀ କାନ୍ଦିଥିଲେ | ଏବଂ ବୈଭବ କୁମାରଙ୍କୁ ଜାମିନ ଦେଲେ ତାଙ୍କ ପ୍ରତି ବିପଦ ଅଛି ବୋଲି ମଧ୍ୟ କହିଥିଲେ |

Advertisement

ତେବେ କୁମାରଙ୍କ ଓକିଲ ସ୍ୱାତୀ ମାଲିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ଯାହା ସବୁ ଘଟିଛି ତାହା ଉଦ୍ଦେଶ୍ୟମୂଳକ। କେଜ୍ରିୱାଲଙ୍କ ଡ୍ରଇଂ ରୁମରେ ସିସିଟିଭି ନଥିବାରୁ ଜାଣିଶୁଣି ଉକ୍ତ ସ୍ଥାନକୁ ବଛା ଯାଇଥିଲା। ସ୍ୱାତୀ ଠିକ ଭାବରେ ଜାଣିଛନ୍ତି କି ସେଠାରେ ସିସିଟିଭି ନାହିଁ | ତେଣୁ ସେ ଉଦ୍ଦେଶ୍ୟମୂଳକ ଭାବରେ ମନଗଢା ଅଭିଯୋଗ ଆଣିଛନ୍ତି | ଦୁଇ ପକ୍ଷଙ୍କୁ ଶୁଣିବା ପରେ ତିସ ହଜାରି କୋର୍ଟ ସନ୍ଧ୍ୟା ସମୟରେ ବୈଭବ କୁମାରଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Leave a Reply

Your email address will not be published. Required fields are marked *