Pratidin TV

Odisha's Digital News Platform

ମେ ୨୯ ରେ ବାରିପଦା ଆସୁଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମେ ୨୯ ଅର୍ଥାତ ଆସନ୍ତାକାଲି ବାରିପଦା ଆସିବେ ନରେନ୍ଦ୍ର ମୋଦି | ସମସ୍ତ ପ୍ରକାର ପ୍ରସ୍ତୁତି ଜୋରସୋରରେ ଚାଲିଛି | ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟରେ ଜୁନ ୧ ତାରିଖରେ ଭୋଟ ଗ୍ରହଣ ଥିବା ସମୟରେ ଏଂନେ ପ୍ରଧାନମନ୍ତ୍ରୀ ମୋଦି ବାରିପଦାରେ ଛଉ ପଡିଆ ଠାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେବେ | ଜିଲ୍ଲାବାସୀ ମୋଦିଙ୍କୁ ଦେଖିବା ପାଇଁ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି | ମୋଦି ଜିଲ୍ଲାବାସୀଙ୍କ ପାଇଁ ନୂଆ ଭେଟି ତଥା ନୂଆ ଯୋଜନା ଉପହାରରେ ନେଇ ଆସିବେ | ସେନେଇ ବିଜେପି ନେତା ଓ କର୍ମୀ, ମୟୁରଭଞ୍ଜ ଜିଲ୍ଲାର ଶତାଧିକ ଭୋଟର ମୋଦିଙ୍କ ବାରିପଦା କାର୍ଯ୍ୟକ୍ରମ ପାଇଁ ଅପେକ୍ଷାରତ |

ତେବେ ଏହାପୂର୍ବରୁ ୨0୧୮ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ବାରିପଦାର ଏହି ଛଉ ପଡିଆ ଠାରେ ନିର୍ବାଚନୀ ପ୍ରଚାର ପ୍ରସାର କରିଥିଲେ | ତାହାର ପ୍ରଭାବ ମୟୁରଭଞ୍ଜ, ବାରିପଦା, କେଉଁଝର ଉପରେ ପଡିଥିଲା | ତେଣୁ ଏଥର ପରିବର୍ତ୍ତନର ସ୍ୱର ଉତ୍ତୋଳନ କରିବା ସହିତ, ଆଗକୁ ବିଜେପି ସରକାର ଗଢିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ଜିଲ୍ଲାର ଆଦିବାସୀଙ୍କ ଘରେ ବୁଲି ବିଜେପି ନେତା ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳିଛି | ତେବେ ଜୁନ ୧ ରେ ଭୋଟ୍ର ଶେଷ ପର୍ଯ୍ୟାୟ ଥିବାସାମୟରେ ଜୁନ ୪ ରେ ନେତାମାନଙ୍କର ଭାଗ୍ୟର ଫଳାଫଳ ବାହାରିବ |

Leave a Reply

Your email address will not be published. Required fields are marked *