Pratidin TV

Odisha's Digital News Platform

ଛାଡ଼ପତ୍ର ଖବର ମିଛ , ବିଦେଶରେ ସ୍ତ୍ରୀ ସହ ଛୁଟି କାଟୁଛନ୍ତି ପାଣ୍ଡ୍ୟା !

1 min read

ଟିମ ଇଣ୍ଡିଆର ତାରକା ଖେଳାଳି ତଥା ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁଠି ଚର୍ଚ୍ଚା ।  ଶୁଣିବାକୁ ମିଳୁଛି ଏବେ ହାର୍ଦ୍ଦିକ ଏବଂ  ନତାଶା ଷ୍ଟାନକୋଭିକ୍ ଙ୍କ ଭିତରେ ଛାଡ଼ପତ୍ର ହେବାକୁ ଯାଉଛି  । ହେଲେ ଏସବୁ ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ  ।  କୁହାଯାଉଛି ଯେ ନତାଶା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଅଛି ଏବଂ ଏହି ଦମ୍ପତି ବିଦେଶରେ ଛୁଟି କାଟୁଛନ୍ତି। ତେବେ ଏହି ଖବର ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ ।

କିନ୍ତୁ ଏହା କେବଳ ରିପୋର୍ଟ ଆଧାରରେ କୁହାଯାଉଛି। ଖବର ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ରେ ଖେଳିବା ପରେ ହାର୍ଦ୍ଦିକ ବାହାରକୁ ଯାଇଥିଲେ। ସେମାନେ ପ୍ରାୟ ଏକ ସପ୍ତାହ ପାଇଁ ଦେଶ ବାହାରେ ଥିବା ସହ ଛୁଟିରେ ଯିବାକୁ ଯୋଜନା କରିଥିଲେ। ରିପୋର୍ଟରେ କୁହାଯାଇଛି ଯେ ହାର୍ଦ୍ଦିକ ତାଙ୍କ ପତ୍ନୀ ନତାଶାଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି ଏବଂ ଛାଡପତ୍ର ଖବର ମିଥ୍ୟା ଅଟେ। ତେବେ ଛାଡପତ୍ର ଖବର ବିଷୟରେ ଯେତେବେଳେ ନତାଶାଙ୍କୁ ପଚରାଗଲା ସେତେବେଳେ ସେ ଏହାକୁ ଅଣଦେଖା କରିଥିଲେ  । ଠିକ ସେହିପରି ହାର୍ଦ୍ଦିକ ମଧ୍ୟ ଏବିଷୟରେ ମୁଁହ ଖୋଲିନାହାନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଜାଣିବାକୁ ଚାଁହୁଛନ୍ତି  ସତ କ’ଣ ଏବଂ ଦମ୍ପତିଙ୍କ ମଧ୍ୟରେ କଣ ଚାଲିଛି?

Leave a Reply

Your email address will not be published. Required fields are marked *