Pratidin TV

Odisha's Digital News Platform

ଘରୋଇ ବ୍ୟାଙ୍କ  ଉପରେ ଆରବିଆଇ ନେଲା କଠୋର କାର୍ଯ୍ୟାନୁଷ୍ଠାନ , ICICI , YES ବ୍ୟାଙ୍କ ଦେବେ ଜୋରିମାନା ..

1 min read

ଘରୋଇ ବ୍ୟାଙ୍କ  ଉପରେ ଆରବିଆଇ ନେଲା କଠୋର କାର୍ଯ୍ୟାନୁଷ୍ଠାନ ।  ଦୁଇ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ଉପରେ ଲାଗିଲା ମୋଟା ଅଙ୍କର ଜୋରିମାନା । ବାରମ୍ୱାର ତାଗିଦ୍ ପରେ ବି ମାନୁନଥିଲେ ଦୁିଇଟି ବ୍ୟାଙ୍କ । ଆରବିଆଇର ନିୟମ ଫାଙ୍କି ଅଭିଯୋଗରେ ଆଇସିଆଇସିଆଇ ବ୍ୟାଙ୍କ ଉପରେ ଜରିମାନା ଲଗାଇଛି ଆରବିଆଇ । ଏହାସହ ୟେସ୍ ବ୍ୟାଙ୍କ ପାଇଁ ବି ଅଡୁଆ ବଢିଛି ।  ଆରବିଆଇ ପକ୍ଷରୁ ICICI ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ସେହିପରି ୟେସ୍‌ ବ୍ୟାଙ୍କ ଉପରେ ମଧ୍ୟ ୯୧ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି। ଋଣ ଓ ଅଗ୍ରୀମ- ବୈଧାନିକ ଓ ଅନ୍ୟ ପ୍ରତିବନ୍ଧକ ସହ ଜଡ଼ିତ ନିୟମକୁ ICICI ବ୍ୟାଙ୍କ ମାନୁ ନଥିଲା। ତେଣୁ ଆରବିଆଇ ଏହି ସଂସ୍ଥା ଉପରେ ୧ କୋଟି ଟଙ୍କାର ଫାଇନ ଲାଗୁ କରିଛି।

୨୦୨୨ ଆର୍ଥିକ ବର୍ଷରେ ICICI ବ୍ୟାଙ୍କ କରିଥିବା କାରବାରକୁ ଆରବିଆଇ ଯାଞ୍ଚ କରିଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ବ୍ୟାଙ୍କ ଋଣ ନିୟମକୁ ଉଲ୍ଲଙ୍ଘନ କରି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତବିଶେଷଙ୍କୁ ଆର୍ଥିକ ସହାୟତା କରିଛି। ଯୋଜନା ପାଇଁ ଋଣ ଦିଆଯାଇଥିଲେ ହେଁ ଏହାକୁ ଠିକ ଭାବେ ନୀରକ୍ଷଣ କରାଯାଇ ନଥିଲା ବୋଲି ଆରବିଆଇ କହିଛି। ଆଇସିଆଇସିଆଇ ବ୍ୟାଙ୍କ ବ୍ୟତୀତ ଆରବିଆଇର ଟାର୍ଗେଟରେ ଆସିଥିବା ଦ୍ୱିତୀୟ ବ୍ୟାଙ୍କ ହେଉଛି ୟେସ୍ ବ୍ୟାଙ୍କ । ଏହି ବ୍ୟାଙ୍କ ଉପରେ ୯୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ଆରବିଆଇ ଅନୁଯାୟୀ, ୨୦୨୨ ଆର୍ଥିକ ବର୍ଷରେ ଯାଞ୍ଚ ସମୟରେ ଏହା ଜଣାପଡିଛି ଯେ ୟେସ୍ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ନିୟମ ଅନେକ ଥର ନିୟମ ଉଲ୍ଲଂଘନ କରାଯାଇଛି । ଘରୋଇ ଋଣଦାତା ୟେସ୍ ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟ ପାଇଁ ଦଣ୍ଡବିଧାନ କରିଥିଲା ।

Advertisement

Leave a Reply

Your email address will not be published. Required fields are marked *