Pratidin TV

Odisha's Digital News Platform

ସ୍ବାତୀ ମାଲିୱାଲ ଘଟଣା; କୁମାରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ…

ଜାତୀୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣା । ପୁଣି ୩ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲ ଙ୍କ ବ୍ୟକ୍ତିଗତ ସଚିବ । ଦିଲ୍ଲୀର ତିଶ ହଜାରୀ କୋର୍ଟ ବିଭବ କୁମାରଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇବାକୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ କରୁଥିଲା ଦିଲ୍ଲୀ ପୋଲିସ। ଏବେ ପୁଣି ଆଉ ୩ ଦିନ ଲାଗି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଛି। ବିଭବଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଦାବି ଉପସ୍ଥାପନ କରିଥିଲା ଦିଲ୍ଲୀ ପୋଲିସ। ତେବେ ପୋଲିସର ରିମାଣ୍ଡକୁ ବିଭବ କୁମାରଙ୍କ ଓକିଲ ପ୍ରତିବାଦ କରିଥିଲେ।

ବିଭବଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ଦାବି କରିଥିଲେ। ଜାମିନ ଆବେଦନ ଖାରଜ ହେବାପରେ ଆଜି ବିଭବ କୁମାରଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି ଅଦାଲତ। ସୂଚନାନୁଯାୟୀ ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମେ ୧୩ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନକୁ ଯାଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାସହ ତାଙ୍କୁ ଏକାଧିକ ଥର ଚାପୁଡା ମାରିବା ସହ ପେଟ ଓ ଛାତିକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଥିଲେ । କିନ୍ତୁ ଅପର ପକ୍ଷେ ଏହାକୁ ଦଳୀୟ ନେତା ମିଥ୍ୟା ବୋଲି କହିଥିଲେ । ସ୍ବାତୀ ମାଲିୱାଲ ବିଜେପି ଇସାରାରେ କାମ କରୁଥିବା ସେ କହିଥିଲେ ।

Leave a Reply

Your email address will not be published. Required fields are marked *