Pratidin TV

Odisha's Digital News Platform

ପୁଣି ଫେରୁଛି କରୋନା , ବୈଜ୍ଞାନିକ ଦେଲେ ସତର୍କବାଣୀ ..

ପୁଣି ଫେରୁଛି କରୋନା । ବ୍ରିଟେନ ସରକାରଙ୍କ ପୂର୍ବତନ ବୈଜ୍ଞାନିକ ପରାମର୍ଶଦାତା ସାର୍‌ ପାଟ୍ରିକ ଭାଲାନ୍ସ ଏଭଳି  ଚେତାବନୀ ଦେଇଛନ୍ତି। ଆଗକୁ କରୋନା ଭଳି ମହାମାରୀ ଆସିବା ଧାର୍ଯ୍ୟ ବୋଲି କହିଛନ୍ତି। ସେ ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ଭଳି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଜରୁରୀ। ବିଶ୍ବ ଏ ପର୍ଯ୍ୟନ୍ତ ଆଉ ଏକ ମହାମାରୀର ସାମ୍ନାକୁ କରିବାକୁ ପ୍ରସ୍ତୁତ ହୋଇନାହିଁ।

ରିପୋର୍ଟ ଅନୁଯାୟୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭାଲାନ୍ସ କହିଥିଲେ ଯେ ଏଭଳି ବିପଦର ସନ୍ଧାନ କରିବା ପାଇଁ ଉତ୍ତମ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା କରିବା ଆବଶ୍ୟକ। ଏହି ପ୍ରସଙ୍ଗ ଉଠାଇବାର ପ୍ରକୃତ ସମୟ ଆସିଛି। ଏବେ ଦେଶର ନିର୍ବାଚନ ଚାଲିଛି। ଏହି ସମୟରେ ମହାମାରୀଠାରୁ ଥିବା ବିପଦକୁ ପ୍ରସଙ୍ଗ ବନାଇବା ଜରୁରୀ। ନିର୍ବାଚନ ପରେ ଆସିବାକୁ ଥିବା ସରକାରଙ୍କୁ ମହାମାରୀ ସ୍ଥିତିରେ ଡାୟଗ୍ନୋଷ୍ଟିକ ଟେଷ୍ଟ, ଖୁବଶୀଘ୍ର ଟିକା ଉପଲବ୍ଧତା କରାଇବା ଭଳି ଦିଗ ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *