ତାତିରୁ ମିଳିବ ଆଶ୍ୱସ୍ତି , ୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ..
1 min readତାତିର ତ୍ରାହି ଭିତରେ ମିଳିବ ଆଶ୍ୱସ୍ତି । କାରଣ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭାରତ ଛୁଇଁବ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ସୁଚନାନୁଯାୟୀ ଦେଇଛନ୍ତି ଯେ, ଆଗାମୀ ୨୪ ଘଣ୍ଟା । ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏହାସହିତ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ମୌସୁମୀ ଅଗ୍ରସର ହେବ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସାଧାରଣତଃ ମୌସୁମା ବାୟୁ କେରଳ ପହଞ୍ଚିଥାଏ । ଏହାପରେ କର୍ଣ୍ଣାଟକ , ଆସାମ , ତ୍ରିପୁରା ଏବଂ ଗୋଆରେ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିଥାଏ । ଏହାପରେ ମୌସୁମା ବାୟୁ ତେଲେଙ୍ଗାନା , ସିକିମ୍ ଏବଂ ମହାରାଷ୍ଟ୍ର ରେ ଏଣ୍ଟ୍ରି କରେ ।
ତେବେ ଏହି ମୌସୁମୀ ବାୟୁ କିଛି ଉତ୍ତରପୂର୍ବ ରାଜ୍ୟକୁ ମଧ୍ୟ ଅଗ୍ରସର ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ । ଜୁଲାଇରୁ ସେପ୍ଟମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆଜି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ସେପଟେ ପୁଣି ରାଜ୍ୟର ୪୫ ଡେଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୫ ଦଶମିକ ୬ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତପ୍ତ ସହର । ସମ୍ବଲପୁରରେ ୪୫ . ୨ ଡିଗ୍ରୀ ତାପମାତ୍ରା ରେକର୍ଡ । ସେହିପରି ହିରାକୁଦରେ ୪୪ . ୮ ଡିଗ୍ରୀ, ରାଉରକେଲାରେ ୪୩ . ୬ ଡିଗ୍ରୀ । ରାଜ୍ୟରେ ଉପର ମୁହାଁ ପାରଦ ।