ବିସ୍ମୟ ବାଳକ ସାଇ ଶିବାନ୍ସ , ମାତ୍ର ଦୁଇ ବର୍ଷ ବୟସରେ କଲେ ଇଣ୍ଡିଆ ବୁକ ଅଫ ରେକର୍ଡ..
1 min readବିସ୍ମୟ ବାଳକ ଶିବାନ୍ସ , ଯିଏ ନିଜ ପ୍ରତିଭା ଦ୍ବାରା କରିଛନ୍ତି ସମସ୍ତଙ୍କୁ ଚକିତ । ଆଜି ତାଙ୍କର ପ୍ରତିଭା ଦ୍ୱାରା ସେ ହାସଲ କରିଛନ୍ତି ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛନ୍ତି । ବୟସ ମାତ୍ର ଠିକ୍ ସେ କଥା କହି ପାରୁନଥିଲେବି ଖନେଇ ଖନେଇ ଅନେକ କଥା କହିପାରୁଛନ୍ତି। ଅଳ୍ପ ବୟସରେ ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛନ୍ତି । ଏ ହେଉଛନ୍ତି ଭୁବନେଶ୍ୱର ଗାଡକଣର ଷୌମେନ୍ଦ୍ର ଦାସ ଓ ପ୍ରିୟଙ୍କା ରାଉତଙ୍କ ପୁଅ ଶିବାନ୍ସ ଦାସ। ବୟସ ମାତ୍ର ୨ ବର୍ଷ ୪ ମାସ । ସଠିକ୍ ଭାବରେ ପଢ଼ି ପାରୁନଥିଲେ ବି ଚିତ୍ର ଦେଖି ଓଡ଼ିଆ ଓ ଇଂରାଜୀରେ ସଠିକ୍ ଶବ୍ଦ କହିପାରୁଛନ୍ତି। ବିଭିନ୍ନ ପରିବା, ପଶୁ ପକ୍ଷୀ ,ଫଳ, ଫୁଲ , ମଣିଷ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଚିତ୍ର ଙ୍କୁ ମନେରଖି ଅନର୍ଗଳ କହିପାରୁଛନ୍ତି।
ସେ ପଶୁ ପକ୍ଷୀ ହେଉ ବା ମଣିଷର ଅଙ୍ଗ ପ୍ରତ୍ୟଙ୍ଗ ନିର୍ଭୁଲ ଭାବରେ ଓଡ଼ିଆ ଓ ଇଂରାଜୀ ରେ ନାମ କହିପରୁଚି । ପରିବାର ଲୋକଙ୍କ କହିବା କଥା ଟିଭି ଦେଖି କିଛି କିଛି ଶବ୍ଦ କମ ସମୟରେ ମନେ ରଖିପାରିଛି ପୁଅ । ଜାଣିବାର ଇଚ୍ଛା ଶକ୍ତି ଥିବାରୁ ଶିବାନ୍ସ କୁ ଚିତ୍ର ଦେଖେଇ ଅନେକ ଜିନିଷ ଜାଣିବା ପାଇଁ ଶିଖେଇଥିଲୁ। ଶିଖିବା ପରେ ଅନଲାଇନ୍ ରେ ଇଣ୍ଡିଆ ବୁକ୍ ଅପ ରେକର୍ଡରେ ଅବେଦନ କରିଥିଲେ । ଆବେଦନ କରିବାର ୫ ମାସ ପରେ ଅଳ୍ପ ସମୟରେ ୨୦ଟି ପଶୁ ପକ୍ଷୀ, ଫଳ ,ଫୁଲ, ମଣିଷ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଭିଡିଓ କରି ସଂପୃକ୍ତ ସଂସ୍ଥାକୁ ଦେବାପାଇଁ କହିଥିଲେ । ନିର୍ଦ୍ଧାରିତ ସମୟ ପୁର୍ବରୁ ଶିବାନ୍ସ ଶେଷ କରିଦେଇଥିଲା ସବୁ କିଛି । ପରେ ସଂପୃକ୍ତ ସଂସ୍ଥା ପୂର୍ବାରୁ ଶିବାନ୍ସ ପାଖକୁ ମେଡାଲ, ସାର୍ଟିଫିକଟ ଆସିଥିଲା । ବିସ୍ମୟ ବାଳକ ଶିବାନ୍ସ କେବଳ ପଶୁ ପକ୍ଷୀ ନୁହେଁ ଅନେକ ଦେଶର ନାମ, ଜାତୀୟ ପଶୁ ପକ୍ଷୀ ଦେଶ ବିଦେଶ ର କଥା ମନେ ରଖିଛି । ଦୁନିଆ କୁ ଠିକ୍ ସେ ବୁଝିବା ଆଗରୁ ଛୋଟ ମୁଣ୍ଡରେ ଅନେକ କଥା ଜାଣିବାର ଇଚ୍ଛା, କୁନି ପୁଅ କୁ ଇଣ୍ଡିଆ ବୁକ୍ ଅପ ରେକର୍ଡରେ ସ୍ଥାନ ପାଇଛି ।
ସତରେ ଶିଖିବା ଇଚ୍ଛା ଆଗରେ କୌଣଷି ବୟସର ସୀମା ନଥାଏ। ୨ ବର୍ଷ ର ପ୍ରତିଭା ଆଗରେ ପାରିବାର ଆଜି ବେଶ ନିଜକୁ ଗର୍ବ ଅନୁଭବ କରୁଛନ୍ତି। ,ଶିବାନ୍ସ ସଫଳତା ପରେ ପରିବାର ବନ୍ଧୁ ପରିଜନଙ୍କ ଠାରୁ ଛୁଟୁଛି ଶୁଭେଚ୍ଛା ର ସୁଅ।