Pratidin TV

Odisha's Digital News Platform

ସଡକ ଦୁର୍ଘଟଣାରେ  ଚାଲିଗଲା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଜୀବନ..

1 min read

ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ , କାରକୁ ଧକ୍କା ଦେବା ଫଳ ରେ ଘଟଣIସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ସ୍ଥାନୀୟ ଖମାର ଅଞ୍ଚଳର ପ୍ରସନ୍ନ ପ୍ରଧାନ । ସେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି । ନିଜ କାର୍ଯ୍ୟାସ୍ଥଳରୁ ଘରକୁ ଫେରିବା ବେଳେ ଦୃଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପାଲଲହଡା ପୂଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ ଟି ମଧ୍ୟ ଓଲଟି ପଡିଛି ।ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ଶହ ଅଧିକ ତଦନ୍ତ ଚଳାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *