Pratidin TV

Odisha's Digital News Platform

କେନ୍ଦ୍ରାପଡ଼ାରେ ମୋଦି କହିଲେ , ଆଜି ମୋର ପ୍ରଚାରର ଶେଷ ଦିନ ..

1 min read

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ନିଜର ବକ୍ତବ୍ୟ ରଖିଛନ୍ତି। ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି। ସେ ଆହୁରି ମଧ୍ୟ କହଛନ୍ତି, ୫ ଦଶକ ପରେ ଲଗାତାର ତୃତୀୟଥର ପୂର୍ଣ୍ଣ ବହୁମତ ସରକାର ଗଢିବାକୁ ଦେଶବାସୀ ନିର୍ଣ୍ଣୟ କରିଛନ୍ତି। ଯେଉଁ ବିକାଶ ଲୋକେ ପୂର୍ବରୁ ଦେଖିନଥିଲେ ତାହା ଗତ ୧୦ ବର୍ଷ ମଧ୍ୟରେ ଦେଖିଛନ୍ତି। ୨୦୧୪ରେ ୧୧ ନମ୍ବର ଅର୍ଥନୀତି ଥିବା ଭାରତ ଏବେ ବିଶ୍ୱର ୫ମ ଅର୍ଥନୈତିକ ଦେଶ ପାଲଟିଛି। ସ୍ୱାଧୀନତା ପରେ ଦେଶରେ ସ୍ୱଚ୍ଛତା ୪୦ ପ୍ରତିଶତ ଥିଲା। କିନ୍ତୁ ଏବେ ଏହା ୧୦୦ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ଏଲପିଜି ଗ୍ୟାସ ସଂଯୋଗ ମିଳୁଥିଲା। ମୋଦୀ ସରକାର ମାଗଣା ଚାଉଳ ଓ ମାଗଣା ଚିକିତ୍ସା ସୁବିଧା ଦେଉଛନ୍ତି। ଏହା କେବଳ ଟ୍ରେଲର। ଆଗାମୀ ୫ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୀତିର ଦେଶ ପାଲଟିବ।

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ। ଆଜି ପୂରା ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ। ଓଡ଼ିଶା ଲୋକ ଚାହୁଁଛନ୍ତି ମୋଦୀ ଗ୍ୟାରେଣ୍ଟି। ବିଜେଡି ସରକାରରେ ଫୁଲଷ୍ଟପ ଲଗାଇବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି। ତାସହିତ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବ। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା। ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି। ୨୫ ବର୍ଷ ପରେ ଲୋକ ପରିବର୍ତ୍ତନ ପାଇଁ ଭୋଟ କରିଛନ୍ତି। ଦାଦନ ସରକାର ହଟାଇବା ପାଇଁ ଓଡ଼ିଶା ଭୋଟ କରୁଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଓଡ଼ିଶା ଭୋଟ୍‌ ଦେଉଛି। ବିଜେପି ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବ। ଓଡ଼ିଶାର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ। ଆପଣଙ୍କର ବିକାଶ, ମୋଦିର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *