Pratidin TV

Odisha's Digital News Platform

ଭାରତ ଫେରିବା ପରେ ବନ୍ଧା ହେଲେ ଜେଡିଏସ ନେତା ପ୍ରଜ୍ୱଳ ରେବନ୍ନା ..

1 min read

ଶେଷରେ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା ।  ଜର୍ମାନୀରୁ ଫେରିବା ପରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ ହେଲେ ପ୍ରଜ୍ବଳ ରେଭନ୍ନା । ଅଶ୍ଳୀଳ ଭିଡ଼ିଓ ମାମଲାରେ ପ୍ରଜ୍ବଳଙ୍କୁ ଗିରଫ କଲା SIT ।  ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଏବେ ୩୪ ଦିନ ପରେ ସେ  ଜର୍ମାନରୁ ଫେରିବା ପରେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି । ଡାକ୍ତରୀ ମାଇନା ପରେ ପ୍ରଜ୍ବଳଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ । ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ ତାଙ୍କ ମା’ କୋର୍ଟରେ ପହଂଚିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା ।

କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ। ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା। ସେପଟେ ସିବିଆଇ ଜରିଆରେ ଏସଆଇଟିର ଅନୁରୋଧ ପରେ ଇଣ୍ଟରପୋଲ ପ୍ରଜ୍ଜ୍ୱଳ କେଉଁଠାରେ ଅଛନ୍ତି ବୋଲି ସେ ସମ୍ପର୍କରେ ସୂଚନା ମାଗି ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।

Leave a Reply

Your email address will not be published. Required fields are marked *