Pratidin TV

Odisha's Digital News Platform

ଆକାଶରୁ ଖସୁଛି ନିଆଁ ଝୁଲ , ଅଂଶୁଘାତରେ ଚାଲିଯାଉଛି ଜୀବନ ..

1 min read

ରାଜ୍ୟରେ ପ୍ରବଳ ହିଟ୍‌ଓ୍ବେଭ୍‌ ସାଙ୍ଗକୁ ଗୁଳୁଗୁଳି ପ୍ରଭାବରେ ଜନଜୀବନ ଅସ୍ତଵ୍ୟସ୍ଥ ହୋଇପଡିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଆକଷରୁ ନିଆଁ ଝୁଲ ଖସିଲା ଭଳି ଅନୁଭୂତ ହେଉଛି। ଗୁରୁବାର ଝାରସୁଗୁଡ଼ାରେ ତାପମାତ୍ରା ୪୭ ଡ଼ିଗ୍ରୀ ପାର କରିଥିଲା ବେଳେ ଅଶୁଘାତରେ ବଡ ସଂଖ୍ୟାରେ ଲୋକେ ମୃତ୍ୟୁ ବାରଣ କରିଛନ୍ତି।ଏହାରି ସହିତ ରାଜ୍ୟରେ ବଢିବାରେ ଲାଗିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୮, ବଲାଙ୍ଗୀରରେ ୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଏହା ସହିତ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ୪ ଜଣଙ୍କର ଜୀବନ ଯାଇଛି। ଏହି ଅସ୍ୱାଭାବିକ ମୃତ୍ୟୁ ଅଂଶୁଘାତ ଯୋଗୁ ହୋଇଛି ନା ଏହା ପଛରେ ଅନ୍ୟ କାରଣ ଅଛି ତାହା ସ୍ପଷ୍ଟ ହୋଇ ନାହିଁ।

ତେବେ ଏବେ ପ୍ରବଳ ଖରା ହେଉଥିବାରୁ ସତର୍କତା ସ୍ୱରୂପ ବାହାରକୁ ନ ଯିବାକୁ SRC ପରାମର୍ଶ ଦେଇଛନ୍ତି । ଗତକାଲି ମୃତ୍ୟୁର ଶିକାର ହୋଇଥିବା ବ୍ୟକ୍ତି ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାଯାଇଛି। ସେମାନେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ ଟା ମଧ୍ୟରେ ବାହାରେ କାମ କରୁଥିବା ବେଳେ ଅଚାନକ ସେମାନଙ୍କ ଶରୀର ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହା ଅଂଶୁଘାତଜନିତ ମୃତ୍ୟୁ ନା ନୁହେଁ ତାହାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍‌କୁ ମଧ୍ୟ ପଠାଯାଇଛି।

Leave a Reply

Your email address will not be published. Required fields are marked *