Pratidin TV

Odisha's Digital News Platform

ରାଜଧାନୀରେ ବାର ଡ୍ରାନ୍ସର ଙ୍କ ସନ୍ଦେହଜନକ ମୃତ୍ୟୁ ; ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ ….

1 min read

ରାଜଧାନୀରେ ଭୁବନେଶ୍ୱରରେ ବାର ଡ୍ରାନ୍ସର ଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ ।
ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରର ଭଡା ଘରୁ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଚାରୁ ମଲହୋତ୍ରା, ଘର ଚଣ୍ଡୀଗଡ଼ ।

ମିଳିଥିବା ସୂଚନା ଅନୁଯାୟୀ କଟକ ରୋଡର ଏକ ଡ୍ୟାନ୍ସ ବାର ରେ କାମ କରୁଥିଲେ ଚାରୁ । ମୃତଦେହ ଜବତ ହୋଇଥିବା ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି । ସୂଚନା ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।

Advertisement

ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି ।ଅଧିକ ତଦନ୍ତ ପାଇଁ ପୋଲିସ ଯୁବତୀଜଣଙ୍କର ଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ ଚଳାଇଛି ।

Leave a Reply

Your email address will not be published. Required fields are marked *