Pratidin TV

Odisha's Digital News Platform

ମଳଦ୍ୱାର ବାଟେ ସୁନା ଚାଲାଣ କରୁଥିଲେ ଏୟାର ହୋଷ୍ଟେସ୍‌ ,ବିମାନବନ୍ଦରରୁ ଧରିଲା ରାଜସ୍ବ ଗୁଇନ୍ଦା ବିଭାଗ..

1 min read

ମଳଦ୍ଵାରରୁ ବାହାରିଲା ୯୬୦ଗ୍ରାମ ସୁନା। ହେଲେ ଏ ଘଟଣା ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ । ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଜଣେ ଏୟାର ଏୟାରହଷ୍ଟେସଙ୍କ କାରନାମା ହୋସ ଉଡାଇଦେଇଛି । ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କେରଳର କନ୍ନୁର ବିମାନବନ୍ଦରରେ ଏୟାର ଏକ୍ସପ୍ରେସର ଜଣେ ‌ଏୟାରହଷ୍ଟେସଙ୍କ ପାଖରୁ ଏକକିଲୋ ସୁନା ଜବତ କରାଯାଇଛି ।

ଏହି ଘଟଣା ପରେ ଉକ୍ତ ଏୟାରହଷ୍ଟେସଙ୍କୁ ପୁଲିସ ଗିରଫ କରି ହେପାଜତକୁ ନେଇ ଯାଇଛି। ଗିରଫ ଏୟାରହଷ୍ଟେସଙ୍କ ନାମ ସୁରଭି ଖାତୁନ। ଯିଏକି କୋଲକତାରେ ବସବାସ କରନ୍ତି। ରିପୋର୍ଟ ମୁତାବକ, ଗୁଇନ୍ଦା ବିଭାଗରୁ ସୂଚନା ମିଳିବା ପରେ ଡିଆରଆଇ କନ୍ନୁର ଟିମ ବିମାନବନ୍ଦରରରେ ସୁରଭିଙ୍କ ଉପ‌ରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଏୟାରହଷ୍ଟେସ ଜଣକ ମଳାଶୟରେ ସୁନା ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ୯୬୦ଗ୍ରାମ ସୁନାକୁ ରାଜସ୍ବ ଗୁଇନ୍ଦା ବିଭାଗ ଜବତ କରିଥିଲା। ଏହାପରେ ସୁରଭିଙ୍କୁ କୋର୍ଟରେ ହାଜର କରି ପୁଲିସ ୧୪ଦିନ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି। ଏଥିସହିତ ଏୟାରହଷ୍ଟେସ ଏହି ସୁନା ‌କେଉଁଠୁ ଆଣି କାହାକୁ ଦେବାକୁ ଯାଉଥି‌ଲେ। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି। ଏୟାରହଷ୍ଟେସ ଜଣକ ଏହି ଚାଲାଣରେ କେତେଦିନ ହେଲା ସାମିଲ ଅଛନ୍ତି ଆଦି ଦିଗକୁ ନେଇ ପୁଲିସ ଯାଞ୍ଚ କରୁଛି।

Advertisement

Leave a Reply

Your email address will not be published. Required fields are marked *