Pratidin TV

Odisha's Digital News Platform

ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ନିଜର ଭୋଟ୍ ଦେଇ ଲୋକଙ୍କୁ ଭୋଟ ଦେବା ପାଇଁ କରିଛନ୍ତି ଅପିଲ

1 min read

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଚାଲିଛି। ଭୋଟ୍‌ ଦେଉଛନ୍ତି ଭିଭିଆଇପି। ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଦେଇଛନ୍ତି ଭୋଟ | ଜଲନ୍ଦରର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ ଦେଇଛନ୍ତି | ଏବଂ ସମସ୍ତଙ୍କୁ ଭୋଟ ଦେବା ପାଇଁ କରିଛନ୍ତି ଅପିଲ |

ପୂର୍ବତନ ଭାରତୀୟ କ୍ରିକେଟର ତଥା ଆମ ଆଦମୀ ପାର୍ଟି ନେତା ହରଭଜନ ସିଂ ନିଜର ଭୋଟ୍ ଦେଇଛନ୍ତି | ଭୋଟ ଦେବା ପରେ କହିଛନ୍ତି, “ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଲୋକ ଆସି ଭୋଟ୍ ଦେବେ। ମୁଁ ଚାହୁଁଛି ଯେ ଜଲନ୍ଦରରେ ସର୍ବାଧିକ ମତଦାନ କରାଯାଉ। ଆମ ପାଖରେ ଏହି ସୁଯୋଗ ଅଛି।” ଏକ ସରକାର ବାଛିବା ଯାହା ଲୋକଙ୍କ ପାଇଁ କାମ କରିପାରିବ। “

ଆଜି ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ଚାଲିଛି । ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟର୍‌ଙ୍କ ହାତରେ ରହିଛି।

Leave a Reply

Your email address will not be published. Required fields are marked *