Pratidin TV

Odisha's Digital News Platform

ଖେଳୁ ଖେଳୁ ୯ ବର୍ଷର ଶିଶୁ ପିଠିରେ ପଶିଗଲା ଲୁହା ରଡ୍

ବରଗଡ ; ଖେଳୁଥିବା ସମୟରେ ୯ ବର୍ଷର ଶିଶୁ ପିଠିରେ ପଶିଗଲା ଲୁହା ଛଡ଼ । ଚିକିତ୍ସା ପାଇଁ ପରିବାର ଲୋକେ ତୁରନ୍ତ ତାକୁ ବରଗଡ଼ ଟୁକୁର୍ଲ୍ଲ ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ତେବେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଏବଂ ବରଗଡ଼ ମୁଖ୍ୟ ଡାକ୍ତର ଖାନାରେ ଆଇସିୟୁ ର ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ପଠାଇ ଦେଇଛନ୍ତି । ଗୁରୁତର ଥିବା ଶିଶୁଟି ଭଟଲିର ଜୀବନ ପାତିକାର ବୋଲି ଜଣାପଡିଛି ।

ଶୁକ୍ରବାର ସକାଳେ ସେ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଏକ ଲୁହାରଡ ଉପରେ ପଡ଼ି ଯାଇଥିଲେ , ଯାହାଫଳରେ ରଡ଼ଟି ପିଠି ପଟ ଦେଇ ଶରୀର ଭିତରକୁ ଚାଲି ଯାଇଛି । ତେବେ ତାଙ୍କର ଉତ୍ତମ ଚିକିତ୍ସା କରି ଭଲ କରିଦେବାକୁ ପିଲାଟିର ମାଆ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *