Pratidin TV

Odisha's Digital News Platform

ବୈଠକ ପରେ ଖାର୍ଗେଙ୍କ ଦମ୍ଭୋକ୍ତି , ୨୯୫ରୁ ଅଧିକ ଆସନ ଜିତିବ ଇଣ୍ଡିଆ ମେଣ୍ଟ..

1 min read

ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଦାନ ଶେଷ ହୋଇଯାଇଛି  । ଏପଟେ  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକ ଶେଷ ହୋଇଛି। ବୈଠକ ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ଦାବି କରାଯାଇଛି। ମେଣ୍ଟ ୨୦୨୪ ସାଧାରଣ ନିର୍ବାଚନରେ ୨୯୫ରୁ ଅଧିକ ଆସନ ଜିତି କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଦାବି କରିଛି । ବୈଠକ ବିଷୟରେ ଖାର୍ଗେ କହିଛନ୍ତି ଯେ ଏହି ବୈଠକ ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା ​​ଯେଉଁଥିରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଆଜିର ଏହି ବୈଠକରେ  ଇଣ୍ଡିଆ ମିଳିତ ମେଣ୍ଟର ବହୁ ନେତା ଉପସ୍ଥିତ ଥିଲେ। ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେ. ଭେନୁଗୋପାଲ, ଏସପି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର, ଜିତେନ୍ଦ୍ର ଆହାଦ, ଏଏପି ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ସଞ୍ଜୟ ସିଂ, ରାଘବ ଚଡ୍ଡା, ଡିଏମକେର ଟି. ବାଲୁ, ତେଜସ୍ୱୀ ଯାଦବ ଏବଂ ଆରଜେଡିରୁ ସଞ୍ଜୟ ଯାଦବ, ଜେଏମଏମରୁ ଚମ୍ପାଇ ସୋରେନ ଏବଂ କଳ୍ପନା ସୋରେନ, ନ୍ୟାସନାଲ କନ୍ଫରେନ୍ସରୁ ଫାରୁକ ଅବଦୁଲ୍ଲା, ସିପିଆଇରୁ ଡି.ରାଜା, ସିପିଆଇରୁ ସୀତାରାମ ୟେଚୁରୀ, ଶିବସେନା (ଉଦ୍ଧବ ଦଳ) ରୁ ଅନୀଲ ଦେଶାଇ, ସିପିଆଇ ସିପିଆଇ (ଏମ୍.ଏଲ୍) ରୁ ଏମ୍.ଏଲ୍ ଦୀପକାର୍ ଭଟ୍ଟାଚାର୍ଯ୍ୟ ଏବଂ ବିହାରର ଭିଆଇପି ପାର୍ଟିର ମୁକେଶ ସାହନି ଉପସ୍ଥିତ ରହିଥିଲେ।

Advertisement

Leave a Reply

Your email address will not be published. Required fields are marked *