Pratidin TV

Odisha's Digital News Platform

ମୁହାଁ ମୁହିଁ ଧକ୍କା ଦୁଇ ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର 

1 min read

ରେଲୱେ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା । ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା | ଏହି ଦୁର୍ଘଟଣାରେ ୨ ଲୋକୋ ପାଇଲଟ ହେଉଛନ୍ତି ଗୁରୁତର |

ଆହତମାନଙ୍କୁ ଶ୍ରୀ ଫତେହଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସିଭିଲ ହସ୍ପିଟାଲ ଫତେହଗଡ ସାହିବରୁ ରାଜନ୍ଦର ଡାକ୍ତରଖାନା ପଟିଆଲାକୁ ରେଫର୍‌ କରାଯାଇଛି।

Advertisement

ତେବେ ଏକ ବଡ ଦୁର୍ଘଟଣା ଇବାରୁ ବର୍ତ୍ତୀଯାଇଛି | ଅନ୍ୟପଟେ ଘଟଣାର ଭିଡ଼ିଓ ଏବଂ ଫଟୋ ସାମ୍ନାକୁ ଆସିଛି | ଫଟୋ ଓ ଭିଡ଼ିଓରେ ଟ୍ରେନର ଅବସ୍ଥାକୁ ଦେଖିଲେ ଏହା ଅନୁମାନ କରାଯାଇପାରେ ଯେ ଧକ୍କା କେତେ ଭୟଙ୍କର ଥିଲା | ତେବେ ଏଥିରେ କୌଣସି ବଡ କ୍ଷତି ହୋଇନାହିଁ | କିନ୍ତୁ ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକପାଇଲଟ ଗୁରୁତର ହୋଇଛନ୍ତି |

Leave a Reply

Your email address will not be published. Required fields are marked *