Pratidin TV

Odisha's Digital News Platform

କୋର୍ଟରେ ଆତ୍ମସମର୍ପଣ ପରେ…ଜେଲକୁ ଫେରିବେ କେଜ୍ରିୱାଲ

1 min read

ଆଜି କୋର୍ଟ ଆଗରେ ଆତ୍ମସମର୍ପଣ କରିବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆଜି ତିହାର ଜେଲକୁ ଫେରିବେ କେଜ୍ରିୱାଲ | ଆଜି ଅପରାହ୍ନ ପ୍ରାୟ ୩ଟାରେ ତିହାର ଜେଲ୍ ଯିବା ପୂର୍ବରୁ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ, ଡିଡିୟୁ ମାର୍ଗରେ ଥିବା ଦଳୀୟ କାର୍ୟ୍ୟାଳୟ ଏବଂ ଏକ ମନ୍ଦିର ପରିଦର୍ଶନ କରିବେ ।

ସୂଚନା ଅନୁଯାୟୀ, ପୁଣି ଥରେ ନିଜ ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି | ଦିନକୁ ଦିନ ଓଜନ ହ୍ରାସ ହେଉଥିବା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ଅତ୍ୟଧିକ ଖରାପ ଥିବା ଜଣାପଡୁଛି | ମେଡିକାଲ ଚେକଅପ ପାଇଁ ସମୟ ଦରକାର ବୋଲି ସେ ଜାମିନ ଅପିଲ କରିଥିଲେ | କିନ୍ତୁ ଏହି ଆବେଦନ ଆସନ୍ତା ୫ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି ।

Advertisement

ତେବେ ଆତ୍ମସମର୍ପଣ କରିବା ପୂର୍ବରୁ କେଜ୍ରିଓ୍ଵାଲ ଶନିବାର ତାଙ୍କ ବାସଭବନରେ ଆପର ରାଜନୈତିକ ବ୍ୟାପାର କମିଟିର ବୈଠକ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ‘ଭାରତ’ ମେଣ୍ଟର ଏକ ବୈଠକରେ ଯୋଗ ଦେଇଥିଲେ | ସେହି ମେଣ୍ଟରେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ, ରାଜ୍ୟସଭା ସଦସ୍ୟ ରାଘବ ଚଢ଼ା ଏବଂ ସଞ୍ଜୟ ସିଂହ ଏବଂ ବିଧାୟକ ଦୁର୍ଗେଶ ପାଠକଙ୍କ ସମେତ ଆପର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *