Pratidin TV

Odisha's Digital News Platform

କିଏ ମାରିବ ବାଜି , କାହାର ହେବ ଗଡ ?

1 min read

କିଏ ମାରିବ ବାଜି , କାହାର ହେବ ଗଡ ? ଶେଷ ହୋଇଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ମୋଟ ୭ଟି ପର୍ଯ୍ୟାୟରେ ଭୋଟିଂ କରି ଦେଶର ଜନତା ଆସନ୍ତା ୫ ବର୍ଷ ପାଇଁ ନିଜର ସରକାରଙ୍କୁ ବାଛି ସାରିଛନ୍ତି।

୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହୋଇଥିବା ବେଳେ ମେ’ ୧ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ଏହା ସହ ଆସନ୍ତା ୪ ତାରିଖରେ ସମସ୍ତ ଫଳାଫଳ ଘୋଷଣା ହେବ । ଦେଶ ତଥା ରାଜ୍ୟର ଆସନ୍ତା ୫ ବର୍ଷର ଭାଗ୍ୟ ନିର୍ଦ୍ଧାରଣ ହେବ ।

Advertisement

ତେବେ ଭୋଟିଂ ଶେଷ ହେବା ମାତ୍ରେ ବିଭିନ୍ନ ନ୍ୟୁଜ ଏଜେନ୍ସି ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି। ଅଧିକାଂଶ ଏକଜିଟ ପୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ରଚିବାକୁ ଯାଉଥିବା ଆକଳନ କରିଛନ୍ତି। ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ। କିନ୍ତୁ ଅନ୍ୟପଟେ ବିଜେଡି ଏହାକୁ ଗ୍ରହଣ କରିନାହିଁ । ଏନେଇ ସସ୍ମିତ ପାତ୍ର କହିଛନ୍ତି ଯେ ବିଜେଡିର ନିଜର ଏକ ଏକ୍ସିଟ୍ ପୋଲ ରହିଛି । ତେଣୁ ସସ୍ମିତ ପାତ୍ର କହିଛନ୍ତି ଯେ ଲୋକସଭାରେ ଅନ୍ତତ ୧୨ ରୁ ଉର୍ଦ୍ଧ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ତା ସହ ବିଧାନସଭାରେ ତିନିଚତୁର୍ଥାଶଂ ସିଟରେ ବିଜୟ ହେବ । ସେ ଆଉ ମଧ୍ୟ କହିଛନ୍ତି ଯେ ଦିଲ୍ଲୀରୁ ଆସି ସର୍ଭେ କରୁଥିବା ଏଜେନ୍ସି ଗୁଡିକ ଦେଉଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ । ସେ କେବଳ ନିର୍ଦ୍ଧିଷ୍ଟ ଦଳକୁ ଖୁସି କରିବାକୁ ଏପରି ରିପୋର୍ଟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *