Pratidin TV

Odisha's Digital News Platform

ତୀର୍ଥ ଯାତ୍ରାରେ ଗଲେ ରଜନୀକାନ୍ତ , ଭାଇରଲ ହେଉଛି ଫଟୋ ..

1 min read

ତୀର୍ଥଯାତ୍ରାରେ ଗଲେ  ସାଉଥ୍ ର  ସୁପରଷ୍ଟାର ରଜନୀକାନ୍ତ । ସବୁବେଳେ ରଜନୀକାନ୍ତ କାମରୁ ଟିକେ ଫୁରସତ ମିଳିଲେ ଆଧ୍ୟାତ୍ମିକ ଯାତ୍ରା କରିଥାନ୍ତି । ଏଥର ମଧ୍ୟ ଠିକ ସେମିତି କାମରୁ ଟିକେ ବ୍ରେକ ନେଇ ଆଧ୍ୟାତ୍ମିକ ଯାତ୍ରା ପାଇଁ ବାହାରିଯାଇଛନ୍ତି ।  ଏବେ ସେ ଉତ୍ତରାଖଣ୍ଡର କେଦାରନାଥ ଓ ବଦ୍ରିନାଥ ଯାତ୍ରା କରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ଦେଖିବାକୁ ମିଳିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେଉଛି।

ପୂର୍ବରୁ ମଧ୍ୟ ରଜନୀକାନ୍ତ  ତୀର୍ଥଯାତ୍ରା କରିବା ପାଇଁ ବିଦେଶ ଯାଇଥିଲେ । ଆବୁଧାବିର BAPS ହିନ୍ଦୁ ମନ୍ଦିର ଯାଇଥିଲେ। ସେଠାର ଫଟୋ ଏବଂ ଭିଡିଓ ମନ୍ଦିରର ଅଫିସିଆଲ୍ ସାଇଟରେ ସେୟାର କରାଯାଇଥିଲା । ବର୍ତ୍ତମାନ ରଜନୀକାନ୍ତ ଙ୍କ  ଅପକମିଙ୍ଗ ଫିଲ୍ମ ଭେଟ୍ଟାୟାନର ସୁଟିଂ ଶେଷ ହୋଇସାରିଛି । ଯାହା ଟି.ଜେ ଗାନାଭେଲଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ବିଗବି ଏବଂ ରଜନୀକାନ୍ତ ଦୁଇ ଭେଟେରାନ ଅଭିନେତା ଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ଚଳିତ ଅକ୍ଟୋବରରେ ମୁକ୍ତିଲାଭ କରିବ।

Advertisement

Leave a Reply

Your email address will not be published. Required fields are marked *