Pratidin TV

Odisha's Digital News Platform

ସରକାରଙ୍କ ନୂଆ ନିୟମ : ଏବେଠୁ ଫୋନରେ Hello ବଦଳରେ କହିବେ ‘ବନ୍ଦେ ମାତାରାମ୍ ’

1 min read

ନୂଆଦିଲ୍ଲୀ : ସରକାରଙ୍କ ନୂଆ ନିୟମ ଏଥର ଫୋନ ଉଠାଇ କହିବେନି ହେଲୋ କହିବେ ‘ବନ୍ଦେ ମାତରାମ୍ ’ । ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ସମସ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ନିୟମ ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ ଏଥର ସରକାରି କର୍ମଚାରୀମାନେ ଫୋନ ଉଠାଇ ହାଲୋ ବଦଳରେ ବନ୍ଦେ ମାତରମ୍ କହିବେ । ତେବେ ଏହି ନିୟମଟି ପବିତ୍ର ଗାନ୍ଧୀ ଜୟନ୍ତ ଅର୍ଥାତ୍ ଆଜିଠାରୁ ଜାରୀ କରାଗଲା ।

ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ ଜୟନ୍ତୀ ଏବଂ ଅମୃତ ମହୋତ୍ସବଙ୍କ ଅଧୀନରେ ଏହି ପରିବର୍ତ୍ତନ ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବ। ଅଗଷ୍ଟରେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱାର ସରକାରୀ କର୍ମଚାରୀଙ୍କୁ ବନ୍ଦେ ମାତାରାମ କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ଖୁବ୍ ଶୀଘ୍ର ଏହାକୁ ଏକ ଅର୍ଡିନାନ୍ସ ଆକାରରେ ଅଣାଯିବ। ଏହି କାର୍ଯ୍ୟକ୍ରମକୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ୱାର୍ଡ଼ରେ ଉଦଘାଟନ କରିବେ।

ଏହି ସର୍କୁଲାର ସରକାରୀ, ଅର୍ଦ୍ଧ-ସରକାରୀ, ସ୍ଥାନୀୟ ନାଗରିକ ସଂସ୍ଥା, ସହାୟକ ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ। ସର୍କୁଲାରରେ ଦର୍ଶାଯାଇଛି ଯେ ‘ହେଲୋ’ ଏକ ଅର୍ଥହୀନ ଶବ୍ଦ । ଯଦି ଫୋନ୍ ବାର୍ତ୍ତାଳାପ ବନ୍ଦେ ମାତାରାମରୁ ଆରମ୍ଭ ହୁଏ ତେବେ ଏହା ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ଏବଂ ସକରାତ୍ମକ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବ । ଏହାସହ ବନ୍ଦେମାତରାମ୍ କହିବା ଦ୍ୱରା ଆମ ଭାରତ ମାତାଙ୍କ ସମ୍ମାନ ମିଳିବା ସହ ଭାରତ ନିଜର ଏକ ସ୍ନତନ୍ତ୍ର ପରିଚୟ ସୃଷ୍ଟି କରିବ । ଯାହାଦ୍ୱରା ଭାରତର

Leave a Reply

Your email address will not be published. Required fields are marked *