Pratidin TV

Odisha's Digital News Platform

ପୁଅ ପରେ ମାଆକୁ ବାନ୍ଧିବ ପୋଲିସ , ଏବେ ଫେରାର ଅଛନ୍ତି ପ୍ରଜ୍ୱଳଙ୍କ ମାଆ..

1 min read

ଦୋଷ କଲା ପୁଅ ଏବେ ବନ୍ଧାହେବ ମାଆ । ପୁଅର ଦୋଷ ପାଇଁ ଏବେ ମାଆ ଯିବ ଜେଲ । ବଢ଼ିବାରେ ଲାଗିଛି କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡୁଆ । ସେକ୍ସ ସ୍କାଣ୍ଡଲ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ଏତିକିରେ ସବୁ କିଛି ଠିକ ହୋଇନାହିଁ ଏବେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପରେ ଏବେ ଗିରଫ ହୋଇପାରନ୍ତି ମାଆ । ଏସଆଇଟି ଟିମ ପ୍ରଜ୍ୱଳଙ୍କ ମାଆ  ଭବାନୀ ରେଭାନ୍ନାଙ୍କୁ ଖୋଜିଛି । ହେଲେ ସେ ଫେରାର ଥିବା ଜଣାପଡିଛି  । 

ଫେରାର ହେବା ତାଙ୍କୁ ଏବେ ମହଙ୍ଗା ପଡିପାରେ। ଯେକୌଣସି ମୁହୂର୍ତ୍ତରେ ବି ଏସ୍‌ଆଇଟି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଇଛି।  ସୂଚାନନାନୁଯାୟୀ ଶୁକ୍ରବାର ଦିନ ପଚରା ଉଚରା କରିବା ପାଇଁ ଭବାନୀ ରେଭାନ୍ନାଙ୍କୁ ହାସନ ଜିଲ୍ଲାର ହୋଲେନସିଂହପୁର ତାଙ୍କ  ଘରେ  ଏନେଇ ଏକ ନୋଟିସ ଲଗାଇ ଥିଲା ଏସଆଇଟି । ସେହି ନୋଟିସ ରେ କେ.ଆର ନାଗରରୁ ଜଣେ ମହିଳା ପୀଡିତାଙ୍କୁ ଅପହରଣ ଘଟଣାରେ ଏସଆଇଟି ପଚରାଉଚରା କରିବ ବୋଲି ଉଲ୍ଲେଖ କରିଥିଲେ ।

Advertisement

ସେଥିପାଇଁ ତାଙ୍କୁ ଶନିବାର ଦିନ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ  ଘରେ ରହିବାକୁ  ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିଲା। ହେଲେ ଏସ୍‌ଆଇଟିର ଏହି ନୋଟିସ୍‌ ପରେ ମଧ୍ୟ   ଭବାନୀ ରେଭାନ୍ନା ଫେରାର ହୋଇଯାଇଛନ୍ତି। ଶନିବାର ଦିନ ସାରା ଏସ୍‌ଆଇଟି ଟିମ୍‌ ପଚରାଉଚରା କରିବା ପାଇଁ ତାଙ୍କ ଘରେ ଅପେକ୍ଷା କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ।ଏହା  ପରେ ସେ ନିଜ ଓକିଲ ଜରିଆରେ ସ୍ୱାସ୍ଥ୍ୟ କାରଣରୁ ହାଜର ହୋଇପାରି ନଥିବା ଏସ୍‌ଆଇଟିକୁ ସୂଚନା ଦେଇଛନ୍ତି। ଏପଟେ ସେସନ କୋର୍ଟ ବି ଭବାନୀ ରେଭାନ୍ନାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିସାରିଛନ୍ତି।

Leave a Reply

Your email address will not be published. Required fields are marked *