Pratidin TV

Odisha's Digital News Platform

ଚାଳକମାନଙ୍କୁ କମିଶନରେଟ୍ ପୋଲିସର ବଡ ଚେତାବନି , ରାସ୍ତାରେ ୟୁ-ଟର୍ଣ୍ଣ ମାରିଲେ କିମ୍ବା ଫୋନରେ ଗପୁଥିଲେ …..

1 min read

ଅମାନିଆ ଗାଡି ଚାଳକଙ୍କୁ ସାବାଡ୍ କରିବ କମିଶନରେଟ୍ ପୋଲିସ । ରାସ୍ତାରେ ରଙ୍ଗ ରୁଟରେ ଗାଡି ଚଳାଉଥିଲେ କିମ୍ବା ଅଧା ରାସ୍ତାରେ ୟୁଟର୍ଣ୍ଣ ମାରୁଥିଲେ ଅବା ମୋବାଇଲରେ ଗପି ଗପି ଗାଡିଚଳାଉଥିବାର ନଜର ଆସିଲେ ତେବେ ତୁରନ୍ତ ଆପଣଙ୍କୁ ଗିରଫ୍ କରିବ କମିଶନରେଟ୍ ପୋଲିସ । ଗାଡ଼ି କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ଜବତ କରିବ ପୋଲିସ ।

ଚେକିଙ୍ଗ ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ କରୁଛି ଯୋଜନା , ଯେଉଁଥିରେ ଖସି ପଳାଉଥିବା ଗାଡ଼ି ଚକା ହୋଇଯିବ ପଙ୍କଚର । ଶନିବାରଠାରୁ ଭୁବନେଶ୍ୱରରେ ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡ଼ିକୁ ଲିକ୍ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisement

ସେହିପରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭର , ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ ପରେ ଏବେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ସାବାଡ୍ କରିବ ପୋଲିସ । ଯେଉଁମାନେ ଗାଡ଼ି ଡ୍ରାଇଭ କରିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା।

Leave a Reply

Your email address will not be published. Required fields are marked *