Pratidin TV

Odisha's Digital News Platform

ଟପ୍ପର ଝିଅର ସ୍ବପ୍ନ , ବାପାଙ୍କ ପରି ପିନ୍ଧିବେ କଳା କୋର୍ଟ..

1 min read

ବାପାଙ୍କ ପରି ନ୍ୟାୟ କରିବ ଝିଅ । କଳା କୋର୍ଟ ପିନ୍ଧି ନ୍ୟାୟଧୀଶ ଆସନରେ ବସିବ । ବାପା ଙ୍କ ରାସ୍ତାରେ ଚାଲିବା ପାଇଁ ଆଜିଠୁ ସ୍ବପ୍ନ ଦେଖୁଛି ଝିଅ । କେବଳ ବାପା ମା ଙ୍କର ନୁହେଁ ଆଜି ଖୋର୍ଦ୍ଧା ବାସୀଙ୍କର ସୁନା ଝିଅ ହେଇଛନ୍ତି ଝିଅ ରୁପ୍ସା । ଯୁକ୍ତ ଦୁଇ ରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଛାତ୍ରୀ ରୁପ୍ସା ଦାଶ ୬୦୦ ରୁ ୫୩୦ ମାର୍କ ରଖି କଳା ବିଭାଗରେ ଟପ୍ପର ହୋଇଛନ୍ତି। ଖୋର୍ଦ୍ଧା ଗୁରୁଜଙ୍ଗ ନିବାସୀ ସଞ୍ଜୟ କୁମାର ଦାଶ ଏବଂ ଶୁଭସ୍ମିତା ଦାଶଙ୍କ ଜ୍ୟେଷ୍ଠ କନ୍ୟା ରୁପ୍ସା ନିଜ ସଫଳତା ପାଇଁ ଭଗବାନ ଙ୍କ ଆଶୀର୍ବାଦ ସହିତ ନିଜର ମା, ବାପା,ଗୁରୁଜନ,ଭାଇ, ଭଉଣୀ,ଶିକ୍ଷକ,ଶିକ୍ଷୟିତ୍ରୀ, ସହପାଠୀ ତଥା ବରିଷ୍ଠ ସହପାଠୀ ଙ୍କୁ ଶ୍ରେୟ ଦେଇଛନ୍ତି। ଏଥିପାଇଁ ସେ ଦିନକୁ ୧୦/୧୨ ଘଣ୍ଟା ପରିଶ୍ରମ କରିବାକୁ ପଡୁଥିବା ବେଳେ ପରୀକ୍ଷା ସମୟରେ ରାତିରୁ ଉଠି ଟିକେ ଅଧିକ ପରିଶ୍ରମ କରିଥିବା ସେ କହିଛନ୍ତି। ମାଟ୍ରିକ ରେ ୫୩୦ ମାର୍କ ରଖି ମଧ୍ୟ ନିଜ ମା, ବାପା ଙ୍କ ପରାମର୍ଶ କ୍ରମେ ଯୁକ୍ତ ଦୁଇ ରେ କଳା ବିଷୟ କୁ ବାଛି ଥିଲେ  ।

ସେ ଯଦିଓ ଅଧିକାଂଶ ପିଲା ଉଚ୍ଚ ଶିକ୍ଷା ପାଇଁ ବିଜ୍ଞାନ ଏବଂ ବାଣିଜ୍ୟ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଜଣେ ଯଦି ଇଚ୍ଛା କରେ ତେବେ ନିଜ ସାଧନା ବଳରେ କଳାରେ ମଧ୍ୟ ଉନ୍ନତ ଶିକ୍ଷା ପାଇ ପାରିବେ ବୋଲି ସେ କହିଛନ୍ତି।ତାଙ୍କ ବାପା ଜଣେ ଆଇନଜୀବୀ ହୋଇଥିବାରୁ ସେ ମଧ୍ୟ ଆଗକୁ ଆଇନ କ୍ଷେତ୍ରରେ ଉଚ୍ଚ ଶିକ୍ଷା ଲାଭ କରି ଓଡ଼ିଶା ଆଇନ ସେବା ପରୀକ୍ଷା ଦେଇ ଜଣେ ଭଲ ନ୍ୟାୟଧୀଶ ହେବାକୁ ଲକ୍ଷ୍ୟ  ରଖିଛନ୍ତି।ଝିଅର ଏହି କୃତିତ୍ୱ ପାଇଁ ଉଭୟ ବାପା ମା ବହୁତ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ଯଦିଓ ତାଙ୍କର ପୁଅ ନାହାନ୍ତି କିନ୍ତୁ ଆଜି ତାଙ୍କ ଝିଅ ତାଙ୍କୁ ଯେପରି ଗୌରବ ଆଣି ଦେଇଛି ତାଙ୍କୁ କେବେ ପୁଅର ଅଭାବ ଅନୁଭୂତ ହେବ ନାହିଁ ବୋଲି ତାଙ୍କ ବାପା କହିଛନ୍ତି। ମା ଶୁଭସ୍ମିତା ଜଣେ ଗୃହିଣୀ ହୋଇ ମଧ୍ୟ ନିଜ ଝିଅର ପାଠ ପଢ଼ାରେ ଯେପରି ବ୍ୟାଘାତ ନ ହୁଏ ସେଥି ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି। ତେଣୁ ଏପରି ସଫଳତା ପାଇଁ ସମଗ୍ର ଅଞ୍ଚଳ ବାସୀ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗର୍ବିତ ବୋଲି ମତ ପ୍ରକାଶ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *