Pratidin TV

Odisha's Digital News Platform

ଭୀଷଣ ତାତି ନେଉଛି ଜୀବନ , ଏବେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି…

1 min read

 ତତଲା କଢେଇରେ ସିଝୁଛି ସାରାଦେଶ  ।  ଅସହ୍ୟ ଗରମରେ ସନ୍ତୁଳି ଗଲେଣି ଲୋକେ । ଚାରିଆଡେ ଅଂଶୁଘାତ ଭୟ । ବଢିବାରେ ଲାଗିଛି ଅଂଶୁଘାତ ରୋଗୀଙ୍କ ସଂଖ୍ୟା । ମୃତ୍ୟ  ସଂଖ୍ୟା ବି ବଢିବାରେ ଲାଗିଛି  । ହଠାତ ଭୟଙ୍କର ରୂପ ନେଇଛି  ତାତି । ରାଜ୍ୟରେ ଅଂଶୁଘାତରେ ପ୍ରାୟ ୩୮ ଜଣଙ୍କର ଜୀବନ ଗଲାଣି ।

ତେବେ ଏସବୁକୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଅନେକ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଗରମ ଯୋଗୁଁ ଜୀବନ ହାନି ବିଷୟରେ ଜାଣିବା ଦୁଃଖଦାୟକ ବୋଲି ରାଷ୍ଟ୍ରପତି କହିଛନ୍ତି।  ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି ଏବଂ ପ୍ରବଳ ଗରମରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି।

ନାଗରିକ ସମାଜ ମଧ୍ୟ ରିଲିଫ୍ ଯୋଗାଇବାରେ ସବୁବେଳେ ଆଗରେ ରହିଥାଏ। ଶ୍ରମିକ, କୃଷକ, କର୍ମଚାରୀ ଓ ଜନସାଧାରଣ ଯଥାସମ୍ଭବ ଗ୍ରୀଷ୍ମ ଚାପରୁ ରକ୍ଷା ପାଇବେ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଜଳବାୟୁ ସଙ୍କଟର ମୂଳ କାରଣଗୁଡ଼ିକୁ ସମାଧାନ କରିବା ଏବଂ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *