ହ୍ରିତିକ୍ଙ୍କୁ ଭାରି ପଡିଲେ ଐଶର୍ଯ୍ୟା : ବିକ୍ରମ ବେଧାକୁ ପଛରେ ପକାଇଲେ ps1
1 min readନୂଆଦିଲ୍ଲୀ : ମଣି ରତ୍ନମଙ୍କ ନିର୍ଦ୍ଦେଶକ ଔପନ୍ୟାସିକ ଫିଲ୍ମ ‘ପୋନିୟିନ୍ ସେଲଭାନ୍’ ଏବଂ ପୁଷ୍କର ଗାୟତ୍ରୀଙ୍କ ନିର୍ଦ୍ଦେଶିତ ‘ବିକ୍ରମ ବେଧା’ ଏକାଠି ୩୦ ସେପ୍ଟେମ୍ବର ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । ତେବେ ବଲିଉଡ୍ ଏବଂ ସାଉଥ୍ର ଏହି ଫାଇଟ୍ରେ ବାଜି ମାରିନେଇଛି ସାଉଥ୍ । ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ମନମୋହିବାରେ ଲାଗିଛି ps1 । ତେବେ ବ୍ରହ୍ମାଣ୍ଡ ସୁନ୍ଦରିଙ୍କ ଆଗରେ ଫିକା ପଡିଯାଇଛନ୍ତି ହ୍ୟାଡ୍ସମ୍ ହଙ୍କ ହ୍ରିତିକ୍ ।
ଫିଲ୍ମ ବିଶ୍ଳେଷକଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ps1 ଓପେନିଙ୍ଗ୍ ମାମଲାରେ ତୃତୀୟ ସର୍ବୋଚ୍ଚ ତାମିଲ ଫିଲ୍ମ ହୋଇପାରିଛି। ସୂଚନା ଅନୁଯାୟୀ, ତାମିଲନାଡୁରେ ‘ps1’ ପ୍ରଥମ ଦିନରେ ୨୫.୮୬ କୋଟି ଟଙ୍କା ରୋଜଗାର କରିଥିବା ବେଲେ ଦ୍ୱିତୀୟ ଦିନରେ ୩୨.୫୦ କୋଟି ଟଙ୍କା କଲେକସନ୍ କରିଛି। ସେହିଭଳି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ମୋଟ ୬୯.୦୦ କୋଟି ଟଙ୍କା ସଂଗ୍ରହ କରିପାରିଛି । ଏହାପୂର୍ବରୁ ‘ଭଲିମଇ’ ୩୬.୧୭ ଟଙ୍କା ଏବଂ ‘ବିଷ୍ଟ’ ୨୬.୪୦ କୋଟି ଟଙ୍କା ଓପେନିଙ୍ଗ୍ ରୋଜଗାର କରିଥିଲା। କିନ୍ତୁ ତାମିଲ ସିନେମାର ଏହା ହେଉଛି ତୃତୀୟ ଚଳଚ୍ଚିତ୍ର ଯାହା ଉଦଘାଟନୀ ଦିନରେ ଏତେ ରୋଜଗାର କରିପାରିଛି । ଫିଲ୍ମ ରିଲିଜ୍ ପୂର୍ବରୁ ଏହାକୁ ମଧ୍ୟ ଭଲ ରେସ୍ପନ୍ସ ମିଳିଥିଲା, ଯାହା ଫିଲ୍ମର ପ୍ରଥମ ଦିନର ରୋଜଗାର ଉପରେ ପ୍ରଭାବ ପକାଇଛି। କୁହାଯାଉଛି ଯେ ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରାୟ ଦେଢରୁ ଦୁଇ କୋଟି ଟଙ୍କା ରୋଜଗାର କରିଛି।
ସେହିଭଳି ଅନ୍ୟପଟେ ପ୍ରଶଂସକ ମାନଙ୍କୁ ଏଥର ନିରାଶ କରିଛନ୍ତି ହ୍ରିତିକ୍ । ବିକ୍ରମ ବେଧାର ହିନ୍ଦି ସଂସ୍କରଣ ଆଶା ଠାରୁ ମଧ୍ୟ କମ୍ ରୋଜଗାର କରିଛି । ଏହାହସ ପ୍ରଶଂସଙ୍କମାନଙ୍କୁ ମଧ୍ୟ ଆକର୍ଷିତ କରିପାରିନାହିଁ ବିକ୍ରମ ବେଧା । ପ୍ରଥମ ଦିନରେ ଏହା ୧୫ କୋଟି କମେଇଥିବା ବେଳେ , ଦ୍ୱିତୀୟ ଦିନରେ ୧୩.୭୫ କୋଟି ରୋଜଗାର କରି ପ୍ରଶଂସକମାନଙ୍କୁ ନିରାଶ କରିଛି ।