Pratidin TV

Odisha's Digital News Platform

ଏକଜିଟ ପୋଲ ଆକଳନ ସତ ପ୍ରମାଣିତ ହେବା ପୂର୍ବରୁ ସେୟାର ମାର୍କେଟରେ ହେବ ରେକର୍ଡ ପାର

1 min read

ଲୋକସଭା ନିର୍ବାଚନ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ନିର୍ବାଚନ ଫଳାଫଳ ଜୁନ୍ ୪ ରେ ଆସିବାକୁ ଯାଉଛି। ଗୋଟିଏ ପଟେ ସମଗ୍ର ଦେଶର ଆଖୁ ଏହି ଆକଳନ ଉପରେ ସ୍ଥିର ହୋଇଥିବାବେଳେ ଅନ୍ୟ ପଟେ ଷ୍ଟକ୍ ମାର୍କେଟରେ ରେକର୍ଡ ବୃଦ୍ଧି ହେବାର ଦେଖିବାକୁ ମିଳିଛି।

ଗତକାଲି ଲୋକସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକଜିଟ୍ ପୋଲ୍ (ଏକଜିଟ ପୋଲ୍ 2024) ଦ୍ବାରା କରାଯାଇଥିବା ପୂର୍ବାନୁମାନକୁ ଦେଖି ସୋମ‌ବାର ଦିନ ଷ୍ଟକ୍ ମାର୍କେଟରେ ଏକ ଉତ୍ସବ ପାଳନ ହେବ ବୋଲି ଆଶା କରାଯାଉଥିଲା । ଏବଂ ଆଜି ସକାଳୁ ସେୟାର ବଜାର ଖୋଲୁ ଖୋଲୁ ଏକାଥରେ ସେନସେକ୍ସ ୨୫ ଶହ ପଏଣ୍ଟ ଅଧିକାର ଓପନ ହେଇଛି | ସର୍ବକାଳୀନ ରେକର୍ଡ ଛୁଇଁଛି ସେୟାର ବଜାର। ସେନସେକ୍ସ ଓ ନିଫଟି ସବୁ ରେକର୍ଡକୁ ପାର କରିଛି।

Advertisement

ସେୟାର ବଜାର ସେନସେକ୍ସ ୨୫ ଶହ ପଏଣ୍ଟ ଅଧିକାର ଓପନ ହେବା ଫଳରେ ୭୫ ହଜାରରୁ ଅଧିକ ରେକର୍ଡ କରିଛି ସେନସେକ୍ସ | ନିଫଟି ମଧ୍ୟ ୬00 ପଏଣ୍ଟ ହେବା ଯୋଗୁଁ ୨୩ ହଜାରକୁକ ବୃଦ୍ଧି କରିଛି | ଫଳରେ ଆଦାନୀ ପୋର୍ଟସ, ଆଦାନୀ ଏଣ୍ଟ୍ରପ୍ରାଇଜସ୍, ପାୱାର୍ ଗ୍ରୀଡ, ଶ୍ରୀରାମ ଫିନାସ୍ ଏବଂ NTPC ଭଳି ବିଭିନ୍ନ କମ୍ପାନିର ସେୟର୍ ‘ଟପ୍ ଗେନର୍’ ରହିଛନ୍ତି।

ତେବେ ନିର୍ବାଚନ ଫଳାଫଳ ଏକଜିଟ ପୋଲ ଆକଳନ ହିସାବରେ ସଠିକ ହୁଏ ତେବେ ସେୟାର ମାର୍କେଟରେ ଆହୁରି ବୃଦ୍ଧି ହେବା ସହ ସୁନା ଓ ରୁପା ଉପରେ ମଧ୍ୟ ପକାଇବ ପ୍ରଭାବ |

Leave a Reply

Your email address will not be published. Required fields are marked *