ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ ଜିଣିଲା ଓଡିଆ ସର୍ଟ ଫିଲ୍ମ ‘ବ୍ୟାସେ ଶୁଣୁଛ ’
1 min readଭୁବନେଶ୍ୱର : ଓଡିଶାରେ ଓଡିଆ ସିନେମାକୁ ପରଦା (ହଲ୍) ମିଳୁନଥିବା ବେଳେ , ଲୋକମାନଙ୍କ ମନକୁଛୁଇଁଛି ଓଡିଆ ସର୍ଟ ଫିଲ୍ମ । ସିଦ୍ଧାର୍ଥ ଗୌତମଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ବ୍ୟାସେ ଶୁଣୁଛ ସର୍ଟ ଫିଲ୍ମଟି ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ମାତ୍ର ୧୨ ମିନିଟ୍ର ଏହି ଫିଲ୍ମଟି ସୋସିଆଲ ମିଡିଆରେ ୧ କୋଟିରୁ ଅଧିକ ଲୋକମାନଙ୍କ ମନକୁ ଜିଣିପାରିଛି ।
ଆଜିର ଯୁବ ପିଢି ଅନେକ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ଭାଷା ସାହିତ୍ୟ ପାଇଁ ଲଢିଥିବା ଫକିର ମୋହନ ସେନାପତିଙ୍କୁ କେତେ ମନିରଖିଛି । ଦିନକୁ ଦିନ ଅତ୍ୟାଧୁନିକତାର ପ୍ରଭାବ ଲୋକମାନଙ୍କ ସହ ଆମ ଭାଷା ସାହିତ୍ୟ ଉପରେ ମଧ୍ୟ ପଡୁଛି । ଆଜିର ଯୁବପିଢି ଓଡିଆ ହୋଇ ମଧ୍ୟ ଓଡିଆରେ କଥା କହିବାକୁ ସଙ୍କୋଚ କରୁଛନ୍ତି । ତେବେ ଏହି ସର୍ଟ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଥିବା ଦୀପାନୀତ ବ୍ୟାସକବି ଫକୀରମୋହନଙ୍କ ଚିତ୍ର ସାମ୍ନାରେ ଆଜିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରାଯାଉଛି ।
ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟର ସ୍ଥିତି ବର୍ତ୍ତମାନ ସମାଜରେ କେଉଁ ସ୍ତରରେ ଗତି କରୁଛି? ଓଡ଼ିଆ ଭାଷା ପାଇଁ ଲଢିଥିବା ସେହି ମହାନାୟକମାନେ ସତରେ କଣ ଆଜି ଖୁସିରେ ଥିବେ? ଓଡ଼ିଶାର ଦୁଃଖ ଶୁଣିବାକୁ ଯୁବ ସମାଜ କେତେ ଇଚ୍ଛୁକ? ସତରେ କଣ ସେମାନେ ବୁଝୁଛନ୍ତି? ଏହି ସବୁ ପ୍ରଶ୍ନକୁ ନେଇ ନିର୍ମାଣ ହୋଇଛି ସର୍ଟ ଫିଲ୍ମ ‘ବ୍ୟାସେ ଶୁଣୁଛ’ ।