Pratidin TV

Odisha's Digital News Platform

ନିର୍ବାଚନ ଫଳାଫଳ ପୂର୍ବରୁ ମୋଦିଙ୍କୁ ମିଳିଲା କିନ୍ନରଙ୍କ ଆଶୀର୍ବାଦ..

1 min read

ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ଜ୍ୟୋତିର୍ବିଦଙ୍କ ମତରେ ଏମାନଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମଙ୍ଗଳ ଓ ବୁଧ ଗ୍ରହକୁ ପ୍ରସନ୍ନ କରିବାକୁ ହେଲେ କିନ୍ନରଙ୍କ ସେବା କଲେ ଏହା ଶୀଘ୍ର ପ୍ରାପ୍ତି ହୋଇଥାଏ। କଥାରେ ଅଛି ଯେଉଁ ବ୍ୟକ୍ତିଙ୍କୁ କିନ୍ନରଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ତାହାର ଭାଗ୍ୟ ବଦଳିଯାଇଥାଏ ।

ତେବେ ଏହାରି ମଧ୍ୟରେ ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। କେବଳ ଏତିକି ମୋଦି ଏବଂ ଯୋଗୀଙ୍କ ବିଜୟ ପାଇଁ କିନ୍ନର ମାନେ  ଯଜ୍ଞ ମଧ୍ୟ କରିଛନ୍ତି  । ଏକଜିଟ ପୋଲ ପରେ ପ୍ରୟାଗରାଜ, କିନ୍ନର ସମ୍ପ୍ରଦାୟର ଲୋକମାନେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୟ କାମନା କରି କିନ୍ନର ସମ୍ପ୍ରଦାୟ ଏକ  ସ୍ବତନ୍ତ୍ର ପୂଜା କରିଥିଲେ। ତେବେ ସେହି ପୂଜା କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେମାନେ କହିଛନ୍ତି  , ଏକଜିଟ ପୋଲରେ ଦେଖାଯାଉଥିବା ବିଜୟ ପରେ ଆମେ ଏହି ବିଶେଷ ରୀତିନୀତି କରିଥିଲୁ। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଜିତିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ଆମେ ପିଏମ ମୋଦି ଏବଂ ସିଏମ ଯୋଗୀଙ୍କ ଫଟୋକୁ ମିଠା ଖୁଆଇଛୁ। ମୋଦିଙ୍କ ନେତୃତ୍ୱରେ ଆମ ଦେଶ ଦ୍ରୁତ ଗତିରେ ବିକାଶ କରିବ।

Advertisement

ଅନ୍ୟ ଜଣେ କିନ୍ନର କହିଛନ୍ତି, ଆଜି ଆମେ ଯଜ୍ଞ-ପୂଜା କରିଥିଲୁ । ସବୁକିଛି ଯଜ୍ଞ ଦ୍ୱାରା ଶୁଦ୍ଧ ହୋଇଯାଏ। କୁଳଦେବୀଙ୍କୁ ପୂଜା କରି ଆମେ ଚାହୁଁଛୁ ଯେ ଜୁନ ୪ ରେ ଆସୁଥିବା ଫଳାଫଳରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ମୋଦି ସରକାର ଗଠନ କରିବେ। ବିଜେପିର  ୪୦୦ ସିଟ ପାର ହେବାର ନାରା ସତ ହେଇଯାଉ । ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିବ। ଫଳାଫଳ ପୂର୍ବରୁ, ଜୁନ ୧ରେ ଏକଜିଟ ପୋଲ ଆସିଥିଲା। ଏକଜିଟ ସର୍ଭେରୁ ଜଣାପଡିଛି ଯେ ଏନଡିଏ ସରକାରଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବ ।

Leave a Reply

Your email address will not be published. Required fields are marked *