Pratidin TV

Odisha's Digital News Platform

ସିସିଟିଭି ଖୋଲିଲା ସତ ମହିଳାଙ୍କୁ ମାରିନାହାନ୍ତି ଅଭିନେତ୍ରୀ…ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କଲେ ରବୀନା

1 min read

ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ | ଅଭିନେତ୍ରୀ ରବୀନା ଟଣ୍ଡନ ମୁମ୍ବାଇରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଖବରକୁ ନିଶ୍ଚିତ କରିଛନ୍ତି। ମେ ୨ ଶନିବାର ରାତିରେ ରବୀନା ଟଣ୍ଡନ ତାଙ୍କ ଡ୍ରାଇଭରକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ତାଙ୍କ ଡ୍ରାଇଭର ତାଙ୍କ କାରରେ ଧକ୍କା ଦେବା ପରେ ଜଣେ ବୃଦ୍ଧା ବ୍ୟକ୍ତି ସମେତ ୩ ଜଣ ମହିଳାଙ୍କ ସହ ଆକ୍ରମଣ କରିଥିବା ନେଇ ରବୀନାଙ୍କ ନାଁରେ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ମିଥ୍ୟା ବୋଲି ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି। ରବୀନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବୟାନ ଦେଇନାହାଁନ୍ତି। ତେବେ ଘଟଣାର ଅନୁସନ୍ଧାନ କରୁଥିବା ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ ସେ ତାଙ୍କ ଇନଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଅଭିଯୋଗକାରୀ ରବୀନାଙ୍କ ନାଁରେ ମିଥ୍ୟା ଅଭିଯୋଗ ଦେଇଛନ୍ତି। ସିସିଟିଭି ଫଂଫୁଟେଜ ପୁରା ଭଲ ଭାବରେ ଯାଞ୍ଚ କରାଯାଇଛି | ସିସିଟିଭି ଅନୁସାରେ ଅଭିନେତ୍ରୀ ରବୀନାଙ୍କ ଡ୍ରାଇଭର କାର୍ ପଛକୁ କରି ପାର୍କିଂ କରୁଥିବା ବେଳେ , ସେହି ରାସ୍ତା ଦେଇ ମହିଳାଙ୍କ ଏକ ଗ୍ରୁପ୍ ଯାଉଥିଲେ ଏବଂ ସେମାନେ କହିଥିଲେ କି କାର୍ ବ୍ୟାକ୍ କରିବା ବେଳେ ପଛରେ କେହି ଅଛନ୍ତି କି ନାହିଁ ଦେଖିକି ବ୍ୟାକ୍ କରନ୍ତୁ । ଏହି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । କିନ୍ତୁ କାର କାହାକୁ ଧକ୍କା ମାରି ନାହିଁ କି କେହି ଆହତ ହୋଇନଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

Advertisement

ପରେ ରବୀନା ନିଜ ଇଷ୍ଟାଗ୍ରାମରେ ଷ୍ଟୋରୀରେ ନିଜ ଉପରେ ଲାଗିଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁପ୍ରକାର ଏହି ଘଟଣାକୁ ଦର୍ଶାଯାଇଛି, ସେଥିରେ ସେ ଭୁଲ୍ ବୋଲି ଜଣାପଡୁଛନ୍ତି । କିନ୍ତୁ ସିସିଟିଭିରେ ସତ କଥା ପ୍ରମାଣ ହୋଇଯିବ । କାର୍ ପାର୍କିଂ ବେଳେ ମହିଳାଙ୍କ ଏକ ଗ୍ରୁପ୍ ସହ ତାଙ୍କ ଡ୍ରାଇଭର ଯୁକ୍ତିତର୍କ ଏବଂ ଧକ୍କା ମରାମରି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । ସେହି ସମୟରେ ନିଜ ଡ୍ରାଇଭରକୁ ବଞ୍ଚାଇବା ପାଇଁ ସେ ଏଥିରେ ସାମିଲ ହୋଇଥିଲେ ବୋଲି ରବୀନା କହିଛନ୍ତି ।

Leave a Reply

Your email address will not be published. Required fields are marked *